ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରରେ ଏକ ନୂଆ ରାଜନୈତିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏକ ମାସର ନାଟକ ସରିବା ପରେ ଶିବସେନା ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପୂର୍ବରୁ ଉଦ୍ଧବ ଠାକରେ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଭେଟିଛନ୍ତି।
ଏହି ଅବସରରେ ତାଙ୍କ ସହିତ ପତ୍ନୀ ରଶ୍ମୀ ଠାକରେ ମଧ୍ୟ ରହିଥିଲେ। ଗୁରୁବାର ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ।
ଅନ୍ୟପକ୍ଷରେ ବିଧାନସଭାର ସ୍ୱତନ୍ତ୍ର ଅଧିବଶେନରେ ନବନିର୍ବାଚିତ ବିଧାୟକମାନେ ଆଜି ଶପଥ ନେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିଧାୟକ ପଦର ଶପଥ ନେଇଛନନ୍ତି।