ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ରାଜନୀତି ମୁହାଁ ହୋଇଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ଗୁରୁବାର ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳ ଶିବସେନାରେ ଯୋଗ ଦେଇଛନ୍ତି ଗୋବିନ୍ଦା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗୋବିନ୍ଦା ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ।

ଆଗାମୀ ନିର୍ବାଚନରେ ଗୋବିନ୍ଦା ଉତ୍ତର-ପଶ୍ଚିମ ମୁମ୍ବାଇରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ତେବେ ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗଦେବା ପରେ ଗୋବିନ୍ଦା ନିଜ ପ୍ରତିକ୍ରିୟାରେ କହିଛନ୍ତି ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେବ ସେ ନିଷ୍ଠାର ସହ ତୁଲାଇବେ।

୨୦୦୪ ମସିହାରେ ଅଭିନେତା ଗୋବିନ୍ଦା ରାଜନୀତିରେ ପାଦ ଦେଇଥିଲେ। ମୁମ୍ବାଇ ଉତ୍ତରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ସଂସଦକୁ ଯାଇଥିଲେ। ପରେ ବ୍ୟକ୍ତିଗତ କରାଣ ଦର୍ଶାଇ ସେ ରାଜନୀତିଠାରୁ ଦୂରେଇ ଯାଇଥିଲେ।

Tags: #Politics #MaharashtraPolitics #SindeLedShivSena #Govinda #BollywoodActorGovinda

Comment