ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଦିନକୁ ଦିନ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ଆମ ଦେଶରେ ଏନେଇ କଠୋର ଦଣ୍ଡାଦେଶ ଥିଲେ ମଧ୍ୟ ଏଭଳି ଅପରାଧ ଉପରେ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଦୁଷ୍କର୍ମ ବିରୋଧରେ ଅନେକ ସମୟରେ ବିଦ୍ରୋହ ମଧ୍ୟ ଦେଖାଯାଏ। ଲୋକମାନେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିଥାନ୍ତି। ଏହାର ତାଜା ଉଦାହରଣ ହେଉଛି ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା।

ଭାରତେ ଦୁଷ୍କର୍ମକାରୀଙ୍କ ପାଇଁ କଠୋର ଦଣ୍ଡ ରହିଛି। ୨୦୧୩ରେ ଆଣ୍ଟି ରେପ୍‌ ବିଲ ପାସ ହେବା ପରେ ଏହାକୁ ଅଧିକ ସୁଦୃଢ଼ କରାଯାଇଛି। ଦୁଷ୍କର୍ମକାରୀଙ୍କୁ ୭ରୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଓ ଏହା ପ୍ରମାଣିତ ହେବା ପରେ କିଛି କେସ୍‌ରେ ଫାଶିଦଣ୍ଡ ଶୁଣାଯାଇଥାଏ।

ତେବେ ବିଶ୍ଵର ଏମିତି କିଛି ସ୍ଥାନ ରହିଛି ଯେଉଁଠି ଅତି ନିର୍ମମ ଭାବେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦିଆଯାଏ।

କେଉଁ ଦେଶରେ କେଉଁ ଦଣ୍ଡ

ଚୀନ

ଚୀନରେ ଦୁଷ୍କର୍ମକାରୀଙ୍କ ପାଇଁ ଅତି ଭୟଙ୍କର ଦଣ୍ଡ ରହିଛି। ଏଠାରେ ଦୁଷ୍କର୍ମକାରୀଙ୍କୁ ସିଧା ମୃତ୍ୟୁ ଦଣ୍ଡ ଦିଆଯାଏ। ଏହାସହ ଅନ୍ୟ କିଛି ବଡ଼ କେସ୍‌ରେ ଦୁଷ୍କର୍ମକାରୀଙ୍କ ଯୌନାଙ୍ଗ ମଧ୍ୟ କାଟି ଦିଆଯାଏ।

ଇରାନ

ଇରାନରେ ଦୁଷ୍କର୍ମକାରୀଙ୍କୁ ଫାଶି ଦଣ୍ଡ ଦିଆଯାଏ କିମ୍ଵା ତାକୁ ସର୍ବ ସମ୍ମୁଖରେ ମାରିଦିଆଯାଏ। ଏପରି କରିବା ଦ୍ଵାରା ଲୋକମାନେ ଏଭଳି ଅପରାଧ କରିବେନି ବୋଲି କୁହାଯାଏ। ଏହାସହ ଦୁଷ୍କର୍ମକାରୀକୁ ୧୦୦ ବର୍ଷ କିମ୍ଵା ଆଜୀବନ ଦଣ୍ଡାଦେଶ ଦିଆଯାଏ।

ନେଦରଲାଣ୍ଡ

ଏଠାରେ ବିନା ଅନୁମତିରେ ଚୁମ୍ଵନ ଓ ଯୌନ ନିର୍ଯାତନା ମଧ୍ୟ ଦୁଷ୍କର୍ମ ଅପରାଧରେ ଗଣା ଯାଏ। ଏଠାରେ ଦୁଷ୍କର୍ମକାରୀଙ୍କୁ ବୟସ ଆଧାରରେ ୪ରୁ ୧୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ଦିଆଯାଏ।

ଇଜିପ୍ଟ

ଏହି ଦେଶରେ ଦୁଷ୍କର୍ମକାରୀଙ୍କୁ ସର୍ବ ସମ୍ମୁଖରେ ଜନସାଧାରଣଙ୍କ ସାମ୍ନାରେ ଫାଶି ଦଣ୍ଡ ଦିଆଯାଏ। କାରଣ ଏଭଳି କଲେ ଲୋକ ଏହାକୁ ଜଘନ୍ୟ ଅପରାଧର ପରିଣାମ ଭାବେ ଅବଗତ ହେବେ।

ଆଫଗାନିସ୍ତାନ

ଆଫଗାନିସ୍ତାନରେ ପୀଡ଼ିତାମାନଙ୍କୁ ଖୁବ୍‌ ଶୀଘ୍ର ନ୍ୟାୟ ମିଳିଥାଏ। ଏଠାରେ ୪ ଦିନ ମଧ୍ୟରେ ଦୁଷ୍କର୍ମକାରୀଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କରାଯାଏ।

ପାକିସ୍ତାନ

ପାକିସ୍ତାନରେ ଗଣଦୁଷ୍କର୍ମ ଓ ନାବାଳିକା ଦୁଷ୍କର୍ମ ପାଇଁ କଠୋର ଦଣ୍ଡ ବିଧାନ ରହିଛି। ୧୬ ବର୍ଷରୁ କମ୍‌ ନାବାଳିକାଙ୍କ ସହ ଦୁଷ୍କର୍ମ କଲେ ଏଠାରେ ମୃତ୍ୟୁ ଦଣ୍ଡ ରହିଛି।

Comment