ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦାବି ନେଇ ସ୍ୱାଭିମାନ ଅଞ୍ଚଳର ୭ଟି ପଞ୍ଚାୟତବାସୀ ମେଳି ବାନ୍ଧିଛନ୍ତି। ମାଲକାନଗିରି ଯୋଡ଼ାମ୍ବ ପଞ୍ଚାୟତର ହନ୍ତାଳଗୁଡ଼ାରେ ଏକାଠି ହୋଇ ବିଭିନ୍ନ ଦାବି କରି ଆଦିବାସୀମାନେ ମେଳି କରିଛନ୍ତି।
ହନ୍ତାଳଗୁଡ଼ାରେ ପ୍ରସ୍ତାବିତ ବିଏସ୍ଏଫ କ୍ୟାମ୍ପକୁ ପ୍ରତିବାଦ କରିବା ସହ ହନ୍ତାଳଗୁଡ଼ାରୁ ଟିକିରିଡ଼ା ରାସ୍ତା ନିର୍ମାଣକୁ ମଧ ଆଦିବାସୀମାନେ ପ୍ରତିବାଦ କରିଛନ୍ତି। ସେହିପରି ବିଏସଏଫ୍ ଯବାନଙ୍କ କମ୍ବିଂ ଅପେରସନ ବନ୍ଦ କରା ନ ଗଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ କରିବେ ଆଦିବାସୀମାନେ ଚେତାବନୀ ଦେଇଛନ୍ତି।
















