ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ ନାରାୟଣପୁରରେ ଆଇଟିବିପି କ୍ୟାମ୍ପରେ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ଜଣେ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୬ ସାଥୀ ଯବାନଙ୍କ ମୃତ୍ୟୁ ହୋଇଥିଲା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଯବାନଙ୍କ ମୃତ୍ୟୁ ନେଇ ନାରାୟଣପୁର ଏସ୍ପି ମୋହିତ ଗର୍ଗ ସୂଚନା ଦେଇଛନ୍ତି।
ଆହତ ଦୁଇ ଯବାନଙ୍କୁ ହେଲିକଫ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି।
ନାରାୟଣପୁର ଜିଲ୍ଲା କୋଡେନାର ଆଇଟିବିପି କ୍ୟାମ୍ପରେ ଏଭଳି ଘଟଣା ଘଟିଛି। ତେବେ ଯବାନଙ୍କ ମଧ୍ୟରେ କ’ଣ ପାଇଁ ସଂଘର୍ଷ ହୋଇଥିଲା ତାହା ଜଣାପଡ଼ିନି।