ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଉନ୍ନତି ପାଇଁ ସରକାରଙ୍କ ନୂଆ ପଦକ୍ଷେପ। କଟକରେ ନିର୍ମାଣ ହେବ ଆଉ ଏକ ସିଡିଏ। ବାଲିଯତ୍ରାରୁ ଯୋବ୍ରା ମହାନଦୀ ପଠାରେ ଏନେଇ ଜାଗା ଚିହ୍ନଟ କରାଯାଇଛି। ପ୍ରାୟ ୪୦୦ ଏକର ଜାଗାରେ ସିଡିଏ ତିଆରି ହେବ। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ଏହି ନୂଆ ସିଡିଏରେ ଏସ୍ସିବିର ଦ୍ଵିତୀୟ କ୍ୟାମ୍ପସ୍ ନିର୍ମାଣ ହେବ। ଏହାସହ ସ୍ପୋର୍ଟ୍ସ ଓ ଓ୍ଵାଟର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ତିଆରି ହେବ। ସରକାରୀ ଅଫିସ୍ ସହ ବାସ ଉପଯୋଗୀ ଜମି ମଧ୍ୟ ବାହାରିବ।
ବାଲିଯାତ୍ରା ପଡ଼ିଆରୁ ଯୋବ୍ରା ଯାଏଁ ମହାନଦୀ ପଠାରେ ଅନେକ ଜାଗା ଖାଲି ପଡ଼ିଛି। ଏହାରି ଉପରେ ଏହି ସିଡିଏ କରାଯିବାର ଯୋଜନା କରାଯାଇଛି। ପୂର୍ବରୁ ସିସୋର ନୌକା ବିହାର ମଧ୍ୟ ଏଠାରେ ଥିଲା। ଯାହାକି ବର୍ତ୍ତମାନ ଅଚଳ ଅବସ୍ଥାରେ ରହିଛି।
















