ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ଵର ୨୨ରେ ବାରବାଟୀରେ ହେବାକୁ ଯାଉଛି ଭାରତ-ଓ୍ଵେଷ୍ଟଇଣ୍ଡିଜ୍‌ ଦିନିକିଆ ମ୍ୟାଚ। ଏହି ମ୍ୟାଚ ହେବାକୁ ଆଉ ୬ ଦିନ ବାକି ରହିଛି। ଏହି ଷ୍ଟାଡିୟମରେ ଶେଷଥର ପାଇଁ ୨୦୧୭ରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀ ସର୍ବାଧିକ ୬ଟି ଛକା ମାରିଥିଲେ। ଯାହାକି ବାରବାଟୀ ଇତିହାସରେ ପ୍ରଥମ ଥିଲେ।

୨୨ ତାରିଖରେ ହେବାକୁ ଥିବା ଦିନିକିଆ ମ୍ୟାଚରେ ଧୋନୀଙ୍କ ଏହି ରେକର୍ଡ ଭାଙ୍ଗିବାକୁ ଅନେକ ଖେଳାଳିଙ୍କ ପାଖରେ ସୁଯୋଗ ରହିଛି। ତେବେ ଏହି ରେକର୍ଡ କେଉଁ ଖେଳାଳି ଭାଙ୍ଗୁଛନ୍ତି ତାହା ଦେଖିବା ବାକି ରହିଲା। କାରଣ ଧୋନୀ ବର୍ତ୍ତମାନ କ୍ରିକେଟରୁ ଦୂରରେ ଅଛନ୍ତି।

୨୦୧୭ ଜାନୁଆରୀ ୧୯ ତାରିଖରେ ହୋଇଥିବା ଏହି ମ୍ୟାଚରେ ଭାରତ ୧୫ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଯୁବରାଜ ସିଂହ ୧୫୦ ରନ୍‌ ଓ ଧୋନୀ ୧୩୪ ରନ କରିଥିଲେ। ଯେଉଁଠି ଯୁବରାଜ ୩ଟି ଛକା ମାରିଥିଲା ବେଳେ ଧୋନୀ ୬ଟି ଛକା ମାରିଥିଲେ। ଫଳରେ ଦଳ ବାରବାଟୀରେ ୩୮୧ର ବିଶାଳ ସ୍କୋର କରିପାରିଥିଲା।

Comment