ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଡବଲ ମର୍ଡରର ଚେର ଖୋଜୁଛି କମିସନରେଟ ପୋଲିସ। ବେଲେଶ୍ଵର ବୃଦ୍ଧ ଦମ୍ପତ୍ତି ହତ୍ୟାକାଣ୍ଡକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ଖିଅ ପାଉନି ପୋଲିସ। ହେଲେ ଏଭଳି ଏକ ସୁରାକ ପୋଲିସ ହାତରେ ଯାହାକୁ ନେଇ ହତ୍ୟାକାଣ୍ଡର କାରଣ ସୁଧ କାରବାର ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।
ମୃତ ଶ୍ରୀନାଥ ସାମଲ ଓ ବିଦ୍ୟୁତଲତା ସାମଲଙ୍କ ଘରୁ ପୋଲିସ ଜବତ କରିଥିବା ଡାଏରୀରୁ ୩୦ ପୃଷ୍ଠା ଗାଏବ ଅଛି। ଏହି ଡାଏରୀରେ ଶ୍ରୀନାଥ ଲୋକଙ୍କୁ ସୁଧ ଦେଉଥିବା ଟଙ୍କାର ହିସାବ ରଖୁଥିଲେ। ଶ୍ରୀନାଥ ଲୋକଙ୍କୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଦେଉଥିଲେ। ଏହି କାରଣରୁ ହତ୍ୟାକାଣ୍ଡ ଘଟିଥାଏ ବୋଲି ସନ୍ଦେହ କରାଯାଉଛି।
ଏହି ହତ୍ୟାକାଣ୍ଡରେ ପୋଲିସ ସ୍କାନରକୁ ପ୍ରଥମେ ଆସିଥିଲା ବ୍ରହ୍ମପୁରର ଭଡ଼ାଟିଆ। ବର୍ତ୍ତମାନ ଏହି ଲିଷ୍ଟରେ ଆହୁରି ଅନେକ ଲୋକ ଯୋଡ଼ି ହୋଇଯାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବ୍ରହ୍ମପୁରର ଏହି ଭଡ଼ାଟିଆଙ୍କ ଫୋନ ନମ୍ଵର ତାଙ୍କ ପରିବାର ପାଖରେ ମଧ୍ୟ ନାହିଁ। ତେଣୁ ପୋଲିସ ପ୍ରଥମେ ବ୍ରହ୍ମପୁରର ଏହି ଭଡ଼ାଟିଆଙ୍କୁ ଖୋଜିବାକୁ ପ୍ରୟାସ ଜାରି ରଖିଛି।
ଡିସେମ୍ଵର ୧୨ ତାରିଖରେ କଟକର ବେଲେଶ୍ଵର ଅଞ୍ଚଳରେ ଘର ଭିତରେ ଏକ ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ଛାନ୍ଭିନ୍ ଜାରି ରଖିଛି।
















