ଓଡ଼ିଶାଲାଇଭ୍ ବ୍ୟୁରୋ

‘‘୨୦୫୦ ସୁଦ୍ଧା ବିଶ୍ୱର ୭୦ ପ୍ରତିଶତ ଜନସଂଖ୍ୟା ମାନସିକ ସ୍ତରରେ ଅସୁସ୍ଥ ହୋଇପଡ଼ିବେ। ଏଥିରୁ ଭାରତ ଓ ଓଡ଼ିଶାର ଜନସାଧାରଣ ମଧ୍ୟ ବାଦ ପଡ଼ିବେ ନାହିଁ ବୋଲି ଆଶଙ୍କା କରାଯାଉଛି’’, ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ଆଣ୍ଡ ଡିଷ୍ଟ୍ରିବ୍ୟୁଟେଡ୍ ସିଷ୍ଟମ ଲ୍ୟାବ୍‌ର ନିର୍ଦ୍ଦେଶକ ପ୍ରଫେସର ରାଜକୁମାର ବୁୟା ଏନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଅଧିନସ୍ଥ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ‘ଇଣ୍ଟେଲିଜେଣ୍ଟ ଆଣ୍ଡ କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ’ ଶୀର୍ଷକ ଦୁଇ ଦିନିଆ ଅନ୍ତର୍ଜାତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ବୁୟା କହିଛନ୍ତି ଯେ, ପ୍ରଯୁକ୍ତି ବିଦ୍ୟା ବର୍ତ୍ତମାନ ମଣିଷ ଜୀବନରେ ବେଶ ସୁଦୃଢ଼ ଭାବରେ ଜଡ଼ିତ ହେବାରେ ଲାଗିଛି।

ଭାରତୀୟ ବଜାର ବର୍ତ୍ତମାନ ବୃହତମ ସଫ୍ଟୱେୟାର ମାର୍କେଟର ସ୍ଥାନ ପାଇଛି। ୨୦ ବର୍ଷ ତଳେ ଭାରତୀୟ ଛାତ୍ରଛାତ୍ରୀମାନେ ଶିକ୍ଷା ଶେଷ କରିବା ପରେ ବିଦେଶକୁ ଚାକିରି ପାଇଁ ଯାଉଥିଲେ। ଏବେ କିନ୍ତୁ ଚିତ୍ର ବଦଳିଛି। ଏବେ ଭାରତୀୟ ଛାତ୍ରଛାତ୍ରୀ ନିଜ ଦେଶରେ ହିଁ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପ୍ରଫେସର ବୁୟା।

କାର୍ଯ୍ୟକ୍ରମରେ ସୋଆ ଉପଦେଷ୍ଟା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଯୋଗ ଦେଇ ଚତୁର୍ଥ ଇଣ୍ଡଷ୍ଟ୍ରିଆଲ୍ ରିଭୋଲ୍ୟୁସନ୍ ଇଣ୍ଡଷ୍ଟ୍ରି ୪.୦ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଆଇସିଆଇସିସି-୨୦୧୯ର  ଇଣ୍ଟରନ୍ୟାସନାଲ୍ ଆଡଭାଇଜରି ଚେୟାର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ, ସୋଆର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ଡିନ୍ ପ୍ରଫେସର ପି.କେ. ନନ୍ଦ ପ୍ରମୁଖ ମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here