ଓଡ଼ିଶାଲାଇଭ୍ ବ୍ୟୁରୋ

ଠିକାଦାରମାନଙ୍କୁ ସେମାନଙ୍କର ପ୍ରାପ୍ୟ ଟଙ୍କା ଦେଉନି କଟକ ବିଏସ୍ଏନ୍ଏଲ୍ ଅଫିସ। ଦୀର୍ଘ ବର୍ଷ ଧରି ଠିକାଦାରମାନଙ୍କ ଟଙ୍କାକୁ ଅଟକ ରଖି ଚୁପଚାପ୍ ବସିପଡ଼ିଛି ବିଏସ୍ଏନ୍ଏଲ୍। ମଙ୍ଗଳବାର ଏହାକୁ ବିରୋଧ କରି ଠିକାଦାରମାନେ ଧାରଣାରେ ବସିଛନ୍ତି।

ଗତ ତିନି ବର୍ଷ ଧରି କଟକ ସିଭିଲ ଡିଭିଜନରେ କାମ କରୁଥିବା ଠିକାଦାରମାନଙ୍କୁ ସେମାନଙ୍କର ପାଉଣା ଦେବାରେ ଅବହେଳା  କରିଆସିଛି ବିଏସ୍ଏନ୍ଏଲ୍।  ଅଫିସ ବିନା କୌଣସି ବ୍ୟୟ ଅଟକଳରେ ୱାର୍କ ଅର୍ଡର ଜାରି କରୁଛି ଯାହା ଠିକାଦାରମାନଙ୍କୁ ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟାରେ ପକାଉଛି। ଏହାସହ ଜିଏସଟି ବାବଦୀୟ ବିଲ ଠିକାଦାରମାନଙ୍କ ପାଖରୁ ନେଇ ମଧ୍ୟ ଏହାକୁ ସରକାରଙ୍କ ପାଖରେ ଅଫିସ୍ ଦାଖଲ କରୁନାହିଁ ବୋଲି ଠିକାଦାରମାନେ ଅଭିଯୋଗ କରିଛନ୍ତି।ଏହାସହ ଟେଣ୍ଡର ସମୟରେ ଠିକାଦାରମାନଙ୍କଠାରୁ ନିଆଯାଉଥିବା ୨ ପ୍ରତିଶତ ଇଏମଡି ଡିପୋଜିଟ୍ ଟଙ୍କାକୁ ମଧ୍ୟ ସେମାନଙ୍କୁ ଟେଣ୍ଡର ପରେ ଫେରସ୍ତ ହେଉନାହିଁ ବୋଲି କୁହାଯାଉଛି। ଗତ ତିନି ବର୍ଷ ଧରି ଲଗାତାର ଭାବେ ଏଭଳି ଅନିୟମିତତା ଚାଲିଛି ବୋଲି ଠିକାଦାରମାନେ ଅଭିଯୋଗ କରିଛନ୍ତି।ମଙ୍ଗଳବାର ଠିକାଦାର ଧନୁର୍ଧର ବେହେରାଙ୍କ ସହ ବିବେକାନନ୍ଦ ପାତ୍ର, ଅଶୋକ ପଟ୍ଟନାୟକଙ୍କ ସହ ଅନ୍ୟ ସମସ୍ତ ଠିକାଦାରମାନେ ଧାରଣାରେ ବସିଛନ୍ତି। ତୁରନ୍ତ ସେମାନଙ୍କୁ ତାଙ୍କର ବାକି  ଥିବା ପାଉଣା ଫେରାଇବା ସହ ଏହି ଟଙ୍କାର ସୁଧ ମଧ୍ୟ ଫେରସ୍ତ କରିବାକୁ ଠିକାଦାରମାନେ ଦାବି କରିଛନ୍ତି।

Comment