ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା କୃଷି ନୀତି ୨୦୨୦- ‘ସମୃଦ୍ଧି’ରେ ବାଜିଲା କ୍ୟାବିନେଟ୍ ମୋହର। ଏହି ନୂଆ କୃଷି ନୀତିରେ ମୁଖ୍ୟତଃ ଚାଷୀମାନଙ୍କର ଆୟ ଅଭିବୃଦ୍ଧି ହେବ ବୋଲି କୁହାଯାଉଛି।
କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅଭିବୃଦ୍ଧିକୁ ସୁଦୃଢ଼ କରିବା, କୃଷି ଅଭିବୃଦ୍ଧିକୁ ଦୁଇ ଗୁଣ କରିବା, କୃଷି କ୍ଷେତ୍ରରେ ଥିବା ଅସୁବିଧା ଦୂର କରିବା, ସମ୍ବଳର ସୁବିନିଯୋଗ କରିବା, ବୈଷୟିକ ଜ୍ଞାନର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ତଥା ଦେଶର ତ୍ୱରିତ ଅର୍ଥନୀତିକ ଅଭିବୃଦ୍ଧି ଯୋଗୁ ହାସଲ ହୋଇଥିବା ସୁଯୋଗର ସୁଦୁପୋଯୋଗ କରିବା ପାଇଁ ଏହି ନୀତି ପ୍ରଣୟନ କରାଯାଇଛିା
ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, କୃଷି ଉତ୍ପାଦ ପାଇଁ ବଜାର, ଉତ୍ପାଦ ବୃଦ୍ଧି, ଉପଯୁକ୍ତ ଭିତ୍ତିଭୂମି, ମାନବ ସମ୍ବଳ, ଅନୁଷ୍ଠାନଗୁଡ଼ିକୁ ଶକ୍ତିଶାଳୀ କରିବା ହେଉଛି କୃଷି ନୀତିର ମୁଖ୍ୟ ଉଦ୍ଦେଶ୍ୟ।


















