ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପରସୋନିକ୍ ମିସାଇଲ ‘ବ୍ରହ୍ମୋସ’ର ଦ୍ଵିତୀୟ ରାଉଣ୍ଡ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ଵର ଚାନ୍ଦିପୁର ୩ ନମ୍ଵର ଲଞ୍ଚପ୍ୟାଡ୍ରୁ ୩ଟା ୪୧ ମିନିଟରେ ଏହା ପରୀକ୍ଷଣ ହୋଇଥିଲା। ଭାରତ ଓ ଋଷର ମିଳିତ ସହୋଯାଗରେ ଏହି ବ୍ରହ୍ମୋସ କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଛି।
ଏଥିରେ ଲାଇଭ ଏକ୍ସଟେନସନ ଟେକ୍ନୋଲୋଜୀ ବ୍ୟବହାର କରାଯାଇଛି। ଫଳରେ ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିଲୋମିଟରରୁ ୪୦୦ କିଲୋମିଟର ବୃଦ୍ଧି ପାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ ଏପରି ସୁପରସୋନିକ ମିସାଇଲ ଯାହାକୁ ବୁଡ଼ାଯାହାଜ, ଉଡ଼ାଯାହାଜ ଓ ଯୁଦ୍ଧ ବିମାନ ଅଥବା ଭୂମିରୁ ମଧ୍ୟ ଲଞ୍ଚ କରାଯାଇପାରିବ।


















