ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଚାନ୍ଦିପୁରସ୍ଥିତ ଡିଆରଡିଓ ଅଡିଟୋରିୟମ ପରିସରରେ ରେଞ୍ଜ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ପିଏକ୍ସଇର ନିର୍ଦ୍ଦେଶକ ତଥା ସ୍କୁଲ ପରିଚାଳନା କମିଟିର ସଭାପତି ବୈଜ୍ଞାନିକ ସୁବୋଧ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ। ସ୍କୁଲର ପ୍ରିନ୍ସିପାଲ ଡକ୍ଟର ପ୍ରମୋଦ କୁମାର ସା ମୁଖ୍ୟ ଅତିଥି ତଥା ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ସ୍ଵାଗତ କରିଥିଲେ। ଏହା ସହ ସେ ୨୦୨୪-୨୦୨୫ ଶିକ୍ଷା ବର୍ଷର ସମସ୍ତ କାର୍ଯ୍ୟକ୍ରମ, ସଫଳତା ତଥା ବାର୍ଷିକ ବଜେଟ୍ ବିବରଣୀ ଉପସ୍ଥାପନ କରିଥିଲେ।

ବୈଜ୍ଞାନିକ ସୁବୋଧ ନାୟକ ଏହି ଅବସରରେ କହିଥିଲେ, “ରେଞ୍ଜ ସ୍କୁଲ ଆଜି ୩୨ ବର୍ଷର ଯାତ୍ରା ଅତିକ୍ରମ କରିସାରିଛି। ଏହାରି ମଧ୍ୟରେ ଅନେକ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ଵଳ ଭବିଷ୍ୟତ ଗଠନ ହୋଇଛି। ଆଗାମୀ ଦିନରେ ଏହି ସ୍କୁଲ ଆହୁରି ଅନେକ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ କରିବ।”

ଅନ୍ୟତମ ଅତିଥି ଭାବେ ପିଏକ୍ସଇର ବୈଜ୍ଞାନିକ ରତ୍ନାକର ଏସ୍ ମହାପାତ୍ର ଯୋଗଦେଇ ଗୋଟିଏ ବର୍ଷ ମଧ୍ୟରେ ସ୍କୁଲରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ସ୍କୁଲର ସଫଳତା ସମ୍ପର୍କରେ କହିଥିଲେ।

ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିଏକ୍ସଇ ବୈଜ୍ଞାନିକ ତଥା ସ୍କୁଲର ସଦସ୍ୟ ଜୟଦେବ ଆଶ୍, ପିଏକ୍ସଇର ମହେଶ୍ଵର ଜେନା, ଏମଇଏସ ଜିଇ ରବି ତ୍ରିପାଠୀ ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଶିକ୍ଷକ ଡକ୍ଟର ପ୍ରତାପ କେଶରୀ ହୋତା, ଶିକ୍ଷୟିତ୍ରୀ ରଶ୍ମିରେଖା ପଟ୍ଟନାୟକ ଓ ଗୀତିକୃଷ୍ଣ ଦାସ ଏବଂ ଛାତ୍ରୀ ସୀମାଦ୍ରୀ ଶ୍ଵେତପଦ୍ମା ବଳ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ପ୍ରତାପ କେଶରୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।

Tags: #AnnualDayCelebration #RangeSchool #Chandipur #Balasore #Odisha

LEAVE A REPLY

Please enter your comment!
Please enter your name here