ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଲିଛି ଆଇପିଏଲ୍‌ ଖେଳାଳି ନିଲାମ। ଏଥିରେ ସବୁଠାରୁ ଦାମୀ ବିଦେଶୀ ଖେଳାଳି ଭାବରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସଙ୍କୁ କିଣିଛି କୋଲକତା ନାଇଟ ରାଇଡର। ୧୫.୫୦ କୋଟି ଟଙ୍କାରେ ଏହି ପେସ୍‌ ବୋଲରଙ୍କୁ କିଣିଛି କୋଲକତା। ଏହାସହ ବିଦେଶୀ ଖେଳାଳି ଇତିହାସରେ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି କୁମିନ୍ସ। ପୂର୍ବରୁ କୌଣସି ବି ବିଦେଶୀ ଖେଳାଳି ଏତେ ଦାମ୍‌ରେ କିଣା ହୋଇନଥିଲେ।

୨୦୨୦ ଆଇପିଏଲ୍‌ ପାଇଁ ଖେଳାଳି ନିଲାମ ଆରମ୍ଭ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜାସନ ରଏଙ୍କୁ ଦେଢ଼ କୋଟିରେ କିଣିଛି ଦିଲ୍ଲୀ କ୍ୟାପିଟାଲ। ରବିନ ଉଥାପ୍ପାଙ୍କୁ ରାଜସ୍ଥାନ ୩ କୋଟି ଟଙ୍କାରେ କିଣିଛି। ଆରୋନ ଫିଞ୍ଚଙ୍କୁ ୪.୪ କୋଟିରେ ନେଇଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର।

ସେହିପରି ଗ୍ଲେନ ମାକ୍ସଓ୍ଵେଲଙ୍କୁ ୧୦.୭୫ କୋଟିରେ କିଣିଲା କିଙ୍ଗସ ଇଲେଭେନ ପଞ୍ଜାବ। ପ୍ୟାଟ୍‌ କୁମିନ୍ସଙ୍କ ସହ ଇଅନ ମୋର୍ଗାନଙ୍କୁ ମଧ୍ୟ ୫.୨୫ କୋଟିରେ କିଣିଲା କୋଲକତା ନାଇଟ ରାଇଡର।

ପୂର୍ବରୁ ବିଦେଶୀ ଖେଳାଳି ଭାବେ ବେନ୍‌ ଷ୍ଟୋକଙ୍କୁ ୧୪.୫ କୋଟି ଟଙ୍କାରେ କିଣିଥିଲା ରାଇଜିଙ୍ଗ ପୁନେ ସୁପରଜିଆଣ୍ଟ। ସେହିପରି ଦାମୀ ଭାରତୀୟ ଖେଳାଳି ଭାବେ ଯୁବରାଜ ସିଂହଙ୍କୁ ୨୦୧୫ରେ ୧୬ କୋଟିରେ କିଣିଥିଲା ଦିଲ୍ଲୀ ଡେୟାର ଡେଭିଲ୍ସ।

Comment