ଓଡ଼ିଶାଲାଇଭ୍‌ ବ୍ୟୁରୋ

ରବିବାର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଉଭୟ ଦଳ ଭୁବନେଶ୍ଵରରେ ପହଞ୍ଚି ସାରିଛନ୍ତି। ଉଭୟ ଦଳ ଖେଳାଳିମାନେ ମେ’ ଫେୟାର ହୋଟେଲରେ ଆଜି ରାତ୍ରୀ ଯାପନ କରିବେ। ସେହିପରି ଏଠାରେ ତାଙ୍କର ରାତ୍ରୀ ଭୋଜନର ମଧ୍ୟ ବନ୍ଦୋବସ୍ତ ହୋଇଛି।

ଖେଳାଳିମାନଙ୍କୁ ସେମାନଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପରଷା ଯିବା ପାଇଁ ହୋଟେଲ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସେହିପରି ଟିମ୍‌ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ତାଙ୍କ ମନ ପସନ୍ଦର ଖାଦ୍ୟ ପରଷା ଯିବ ବୋଲି ହୋଟେଲର ଜଣେ ସେଫ କହିଛନ୍ତି।

ସେଫ କହିଛନ୍ତି, “ପୂର୍ବରୁ ବିରାଟ ଆମିଷ ଖାଉଥିଲେ। ହେଲେ ଏବେ ଶୁଣାଯାଉଛି ଯେ, ସେ ନିରାମିଷ ଖାଉଛନ୍ତି। ଯଦି ସେ ନିରାମିଷ ଖାଇବାକୁ ପସନ୍ଦ କରିବେ ତେବେ ତାଙ୍କୁ ସମ୍ପୂର୍ଣ୍ଣ ଓଡ଼ିଆ ନିରାମିଷ ଖାଦ୍ୟ ଦିଆଯିବ। ଡାଲମା, ଶାଗ ଭଜା, ଛତୁ, ଭଜା ଭଳି ଖାଦ୍ୟ ତାଙ୍କୁ ଦିଆଯିବ।”

ସେହିପରି ଟିମ୍‌ର ଅନ୍ୟ ଖେଳାଳିମାନେ ବିରିୟାନୀ, କବାବ୍‌, ତନ୍ଦୁରୀ ଆଇଟମ୍‌ ସବୁ ପସନ୍ଦ କରନ୍ତି। ବେଶୀ ମସଲା ଖାଦ୍ୟକୁ ପସନ୍ଦ କରନ୍ତିନି। ତାଙ୍କ ପସନ୍ଦ ମୁତାବକ ଖାଦ୍ୟ ପ୍ରସ୍ତୁତ ହେବ ବୋଲି ସେଫ କହିଛନ୍ତି।

ଖେଳାଳିମାନେ ହୋଟେଲରେ ୪ ଦିନ ରହିବେ। ତାଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଶୁକ୍ରବାରଠାରୁ ଖେଳାଳିମାନେ କଡ଼ା ସୁରକ୍ଷା ବଳୟରେ ବାରବାଟୀକୁ ଅଭ୍ୟାସ କରିବାକୁ ଯିବେ। ପରେ ରବିବାରକୁ ଦୁଇ ଦଳ ବାରବାଟୀରେ ମୁହାଁମୁହିଁ ହେବେ।

LEAVE A REPLY

Please enter your comment!
Please enter your name here