ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ଆଇନ୍‌ ବିରୋଧରେ ସାରା ଦେଶରେ ନିଆଁ ଜଳୁଥିବା ବେଳେ ଭୁବନେଶ୍ୱରରେ ସମର୍ଥନ ମିଳିଛି। ଏହି ସମର୍ଥନ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ବାଣୀବିହାରଠାରୁ ମାଷ୍ଟର କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲା ଏବିଭିପି। ପରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ପ୍ରତିବାଦ କରିଥିଲେ।

ଏହି ଆଇନ୍‌କୁ ବିରୋଧ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଥିବା ଏବିଭିପି ପକ୍ଷରୁ କୁହାଯାଇଥିଲା।

ଏବିଭିପି ବ୍ୟାନରରେ ଛାତ୍ରଛାତ୍ରୀମାନେ ପ୍ରଥମେ ମାଷ୍ଟର କ୍ୟାଣ୍ଟିନକୁ ବାଇକ୍‌ରେ ଆସିଥିଲେ। ପରେ ହାତରେ ବିଶାଳ ତ୍ରିରଙ୍ଗା ଧରି ଏହି ଆଇନ ଲାଗୁ କରାଯିବା ଦରକାର ବୋଲି କହିଥିଲେ।

ମୁସଲମାନଙ୍କ ନାଗରିକତା ଛଡ଼ାଇ ନିଆଯିବ ବୋଲି ଏହି ଆଇନରେ ଉଲ୍ଲେଖ ନାହିଁ। ଏହାକୁ ନେଇ କେବଳ ଅପପ୍ରଚାର କରାଯାଉଛି। ଏହାକୁ ଏବିଭିପି ବିରୋଧ କରୁଛି। ଓଡ଼ିଶାରେ ଏନ୍‌ଆର୍‌ସି ଲାଗୁ କରିବାକୁ ମଧ୍ୟ ଏବିଭିପି ପକ୍ଷରୁ ଦାବି କରାଯାଇଛି।

ଗତ ସପ୍ତାହେ ହେଲା ସିଏଏକୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଛି। ଉତ୍ତର ପୂର୍ବ ରାଜ୍ୟଠାରୁ ଆରମ୍ଭ କରି ଭାରତର ରାଜଧାନୀ ଦିଲ୍ଲୀ ଅଶାନ୍ତ ହୋଇପଡ଼ିଛି। ବିକ୍ଷୋଭକାରୀ-ପୋଲିସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏହି ଆଇନ୍‌ ପ୍ରତ୍ୟାହାର କରିନେବାକୁ ବିଭିନ୍ନ ସଙ୍ଗଠନ ଦାବି କରୁଥିବା ଏବିଭିପି ଓଡ଼ିଶା ଶାଖା ପକ୍ଷରୁ ଏହାର ସମର୍ଥନରେ ରାଲି କରାଯାଇଛି।

LEAVE A REPLY

Please enter your comment!
Please enter your name here