ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବରୁଣ ଶର୍ମାଙ୍କ ବିର୍ଦ୍ଦେଶନାରେ ପୁଣିଥରେ ‘ବଣ୍ଟି ଔର ବବ୍ଲି’ର ସୁଟିଂ ଆରମ୍ଭ ହୋଇଛି। ଏହା ମୂଳ ଫିଲ୍ମ ‘ବଣ୍ଟି ଔର ବବ୍ଲି’ର ସିକ୍ୱେଲ।
ଏଥିରେ ବଣ୍ଟି ଓ ବବଲି ଭୂମିକାରେ ଅଭିନୟ କରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦୀ ଓ ନବାଗତା ଶର୍ବରୀ ଓ୍ୱାଘ। ଫିଲ୍ମର ଜୋରଦାର ସୁଟିଂ ଚାଲିଥିଲା ବେଳେ ୨୦୨୦ରେ ଫିଲ୍ମଟି ରିଲିଜ ହେବ ଆଶା କରାଯାଉଛି।
ବଣ୍ଟି ବବଲୀର ପ୍ରଥମ ପାର୍ଟ ୨୦୦୫ରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅଭିଷେକ- ରାଣୀଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକା ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଦର୍ଶକ ଏହି ଦେଖିବାକୁ ପାଇବେ।
















