ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବର ଉଦଘାଟନ କରିବେ।

ଉଦଘାଟନୀ ସମାରୋହରେ ବଲିଉଡ ଗାୟକ ସୋନୁ ନିଗମ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଏଥିସହ ଓଲିଉଡ କଳାକାର ମଧ୍ୟ ଯୋଗ ଦେବେ।

ଆଜିଠାରୁ ଆରମ୍ଭ ହେଉଥିବା ଏହି ମହୋତ୍ସବ ୫ ଦିନ ଧରି ଚାଲିବ। କଳା ସଂସ୍କୃତିର ଏହି ଉତ୍ସବକୁ ଧୁମଧାମର ସହ ପାଳନ କରିବାକୁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଉତ୍ସବରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Comment