ଓଡ଼ିଶାଲାଇଭ୍ ବ୍ୟୁରୋ
ଟିଭି ଅଭିନେତ୍ରୀ ମୋନା ସିଂଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏଥର ତାଙ୍କ ଚର୍ଚ୍ଚାର କାରଣ ବାହାଘର। ମିଡିଆ ରିପୋର୍ଟ ଅନୁସାରେ ମୋନା ୨୦୧୯, ଡିସେମ୍ବର ୨୭ରେ ବିବାହ କରିବାକୁ ଯାଉଛନ୍ତି।
ମୋନା ସିଂହ ୨୬ ଡିସେମ୍ବରରେ ପ୍ରି ଓ୍ୱେଡିଙ୍ଗ୍ ପାର୍ଟି ହୋଷ୍ଟ୍ କରିବେ। ଏଥିରେ କେବଳ ମୋନାଙ୍କ ଘନିଷ୍ଠ ଲୋକ ସାମିଲ ହେବେ। ମୋନାଙ୍କ ବିବାହ ବିଷୟରେ ବେଶୀ କିଛି ସୂଚନା ମିଳିନଥିଲେ ବି ସେ ତାଙ୍କ ବୟଫ୍ରେଣ୍ଡଙ୍କୁ ବିବାହ କରୁଥିବା ଜଣାପଡ଼ିଛି।
ପୂର୍ବରୁ ମୋନାଙ୍କର ଟିଭି ଅଭିନେତା କରଣ ଓବରୟ, ବଲିଉଡ ଅଭିନେତା ବିଦ୍ୟୁତ ଜାମଓ୍ୱାଲଙ୍କ ଆଫେୟାର ଥିବା ଚର୍ଚ୍ଚା ହୋଇଛି। ଯଦି ମୋନାଙ୍କ କାମ କଥା କହିବା ତେବେ ସେ ଆଗାମୀ ଦିନରେ ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ’ ଚଢ଼ାରେ ନଜର ଆସିବାକୁ ଯାଉଛନ୍ତି। ମୋନା ସୋନୀ ଟିଭିରେ ପ୍ରସାରିତ ହୋଇଥିବା ସିରିଏଲ ‘‘ଜସୀ ଜୈସୀ କୋଇ ନେହିଁ’’ରୁ ବେଶ୍ ପରିଚିତ ହୋଇଥିଲେ। ଏହାଛଡ଼ା ସେ ଲୋକପ୍ରିୟ ସିରିଏଲ ‘‘କ୍ୟା ହୁଆ ତେରା ଓ୍ୱାଦା’’, ‘‘କବଚ’’ ଭଳି ସିରିଏଲରେ କାମ କରିଛନ୍ତି। ସେ ବିଭିନ୍ନ ଓ୍ୱେବ ସିରିଜରେ ବି କାମ କରିଛନ୍ତି।
















