ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ପାଇଁ ୨୦୨୦ବର୍ଷ ବ୍ଲକବଷ୍ଟର ହେବାକୁ ଯାଉଛି। କାରଣ ତାଙ୍କ ଅଭିନୀତ ୪ଟି ଦମଦାର ଫିଲ୍ମ ରିଲିଜ୍ ହେବାକୁ ଯାଉଛି।
୨୦୨୦ ମସିହା ମାର୍ଚ୍ଚ ମାସରେ ‘ସୂର୍ଯ୍ୟବଂଶୀ’ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏଥିରେ ଅକ୍ଷୟଙ୍କ ସହ ଅଜୟ ଦେବଗନ, ରଣବୀର ସିଂହ ମଧ୍ୟ ଦେଖାଦେବେ।
ସୂର୍ଯ୍ୟବଂଶୀ ଫିଲ୍ମ ପରେ ପରେ ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍’ ଫିଲ୍ମ ରିଲିଜ୍ ହେବ। ଏହି ଫିଲ୍ମରେ ଅକ୍ଷୟଙ୍କୁ ଜଣେ କିନ୍ନର ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଦକ୍ଷିଣ ଭାରତୀୟ ଫିଲ୍ମ ‘କାଞ୍ଚନା’ର ରିମେକ।
ଏହାସହ ଆଗାମୀ ବର୍ଷ ଦୀପାବଳିରେ ୟଶରାଜ ଫିଲ୍ମର ଫିଲ୍ମ ପୃଥ୍ୱୀରାଜ ରିଲିଜ୍ ହେବ। ଏଥିରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ନଜର ଆସିବେ। ଏହି ଫିଲ୍ମଟି ମହାରାଜ ପୃଥ୍ୱୀରାଜ ଚୌହାନଙ୍କ ଜୀବନୀ ଉପରେ ନିର୍ମିତ ହେଉଛି।
ଅକ୍ଷୟ କୁମାର ଆଗାମୀ ବର୍ଷ ବଚ୍ଚନ ପାଣ୍ଡେ ଚରିତ୍ରରେ ନଜର ଆସିବେ। ବଚ୍ଚନ ପାଣ୍ଡେ ତାମିଲ ଫିଲ୍ମ ‘ବୀରମ’ର ରିମେକ। ଏହି ଫିଲ୍ମରେ ଦର୍ଶକ ଅକ୍ଷୟଙ୍କୁ ଏକ ଭିନ୍ନ ଗେଟଅପରେ ଦେଖିବାକୁ ମିଳିବ।
















