ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଞ୍ଚ ନେଇ ଧରାପଡ଼ିଲେ ଆଇଏସ୍‌ ଅଫିସର। ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଅଫିସର ଜଣକ ହେଉଛନ୍ତି ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ। ଭିଜିଲାନ୍ସ ଆଇଏସ୍‌ ଅଫିସରଙ୍କୁ ଗିରଫ କରିଛି।

ମୋ ସରକାର ଅଧିନରେ ଆସିଥିବା ମତାମତ ଆଧାରରେ ପଦକ୍ଷେପ ନିଆଯାଇଛି। ବିଜୟ କେତନଙ୍କ ଉପରେ ଦୀର୍ଘ ଦିନ ହେବ ଭିଜିଲାନ୍ସ ନଜର ରଖିଥିଲା। ୨୦୦୯ ବ୍ୟାଚ୍‌ର ଆଇଏସ୍‌ ଅଫିସର ହେଉଛନ୍ତି ବିଜୟ କେତନ।

ବିଜୟ କେତନ ଧରାପଡ଼ିବା ପରେ ଏବେ ତଦନ୍ତ ଆରମ୍ଭ କରାଯାଇଛି। ଆଇଏସ୍‌ ଅଫିସରଙ୍କ ଅଫିସ ଓ ବିଭିନ୍ନ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ଶେଷ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ।

ପୂର୍ବରୁ ଉଦ୍ୟାନ ବିଭାଗର ଜଣେ ମାଳି ୧ କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ। ଏବେ ନିର୍ଦ୍ଦେଶକ ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ବର୍ତ୍ତମାନ ଉଦ୍ୟାନ ବିଭାଗର ଆଉ କେଉଁ ଅଧିକାରୀ ସମ୍ପୃକ୍ତି ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here