ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ବୈପାରୀଗୁଡ଼ା ବନବିଭାଗକୁ ପକ୍ଷରୁ ଗୁରୁବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପ୍ରାୟ କାଠ ଜବତ କରାଯାଇଛି। ଚୋରା ଚାଲାଣ ବେଳେ କାଠ ଜବତ ହେବା ସହ ଦୁଇଟି ସାଇକେଲ, ଗୋଟିଏ ବାଇକ୍‌, ୨ ଜଣଙ୍କୁ ଗିରଫ କରାଯାଇଛି।

ଗୁରୁବାର ରାତିରେ ନବନିଯୁକ୍ତ ବୈପାରୀଗୁଡ଼ା ବନାଞ୍ଚଳ ଅଧିକାରୀ ଦିବ୍ୟାମାଧୁରୀ ସେଠୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା। ଏହି ସମୟରେ ଏହି କାଠ ମାଫିଆଙ୍କୁ ଗିରଫ କରାଯାଇଥିଲା।

ଗିରଫ ହୋଇଥିବା ବ୍ୟକ୍ତି ହେଲେ ଘୁମର ପଞ୍ଚାୟତର ହାଟଖୁଡିପି ଗାଁର ଭାସ୍କର ହିରିଜନ ଓ କଲାପୋଡା ଗାଁର ଭକ୍ତ ହୋରିଜନ। ଶୁକ୍ରବାର ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment