ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଞ୍ଚ ନେବା ଅଭିଯୋଗରେ ଆଇଏଏସ୍‌ ବିଜୟ କେତନ ଗିରଫ ମାମଲାରେ ପ୍ରଥମଥର ପାଇଁ ସାମ୍ଵାଦିକ ସମ୍ମିଳନୀ କରି ମୁହଁ ଖୋଲିଛନ୍ତି ବିଜୟ କେତନଙ୍କ ସ୍ତ୍ରୀ ତୁଷିମା ମିଶ୍ର।

“ମୋ ସ୍ଵାମୀଙ୍କୁ ବିନା ଅପରାଧରେ ଦଣ୍ଡିତ କରାଯାଉଛି। ବିଜୟ କେତନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉଦ୍ଦେଶ୍ୟମୂଳକ। ଆମ ଘରୁ ମଧ୍ୟ କୌଣସି ଆପତ୍ତିଜନକ କାଗଜପତ୍ର ମିଳିନାହିଁ। ଏହି ମାମଲାରେ ଭିଜିଲାନ୍ସକୁ ପ୍ରେସର କରାଯାଉଛି” କହିଛନ୍ତି ଆଇଏଏସ୍‌ ବିଜୟ କେତନଙ୍କ ସ୍ତ୍ରୀ ତୁଷିମା ମିଶ୍ର।

ଲାଞ୍ଚ ନେବା ଅଭିଯୋଗରେ ଆଇଏଏସ୍‌ ବିଜୟ କେତନ ଗିରଫ ମାମଲାରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ବିଜୟ କେତନଙ୍କ ସ୍ତ୍ରୀ ତୁଷିମା ମିଶ୍ର। ସେ ସାମ୍ଵାଦିକ ସମ୍ମିଳନୀ କରି ଏହି ମାମଲାରେ ମୁହଁ ଖୋଲିଛନ୍ତି। ଏଥିରେ ସେ ସିଧାସଳଖ ଭିଜିଲାନ୍ସକୁ ଟାର୍ଗେଟ କରିଛନ୍ତି।

ବିଜୟ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ, ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି। ତାଙ୍କୁ ଜାମିନ ମିଳିଲେ ସମାଜକୁ ଖରାପ ମେସେଜ ଯିବ ବୋଲି କୁହାଯାଉଛି, ବିଜୟ କେତନ କ’ଣ ଆତଙ୍କବାଦୀ ନା ଦୁଷ୍କର୍ମୀ? ପ୍ରଶ୍ନ କରିଛନ୍ତି ତୁଷିମା।

୨୦୧୯ ଡିସେମ୍ଵର ୩୦ ତାରିଖରେ ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରା ପଡ଼ିଥିଲେ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ। ଭିଜିଲାନ୍ସ ଦ୍ଵାରା ସେ ଗିରଫ ହୋଇଥିଲେ। ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ଵନ କରିଥିଲେ।

ଗିରଫ ହେବା ପରେ ତାଙ୍କୁ ୬ ଦିନ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଜାନୁଆରି ୫ ତାରିଖ ଯାଏଁ ସେ ରିମାଣ୍ଡରେ ରହିଥିଲେ। ଆଜି ତାଙ୍କ ରିମାଣ୍ଡର ଅବଧି ଶେଷ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here