ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏଏସ ସ୍ତରରେ ବୁଧବାର ଦିନ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବଦଳିଛନ୍ତି ବାଲେଶ୍ଵର, ମୟୂରଭଞ୍ଜ ଏବଂ ପୁରୀ ଜିଲ୍ଲାର ଜିଲ୍ଲାପାଳ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମର ନୂଆ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସେହିପରି କଟକ ମହାନଗର ନିଗମର କମିଶନର ଥିବା ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଏହା ସହିତ ବାଲେଶ୍ଵର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାପାଳ ଥିବା ଆଶିଷ ଠାକରେଙ୍କୁ ବାଲେଶ୍ଵର ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

Tags: #IASReshuffle #Odisha #IASOfficer #DistrictCollector #OdishaGovt

LEAVE A REPLY

Please enter your comment!
Please enter your name here