ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଁ ମାଟି, ପାଣି ପବନକୁ ଆଜି ପର୍ଯ୍ୟନ୍ତ ସେ ଭୁଲିନାହାନ୍ତି। ଆଜି ବି ଗାଁର ସମସ୍ତ ଉତ୍ସବ, ପର୍ବପର୍ବାଣୀରେ ତାଙ୍କୁ ଦେଖିବାକୁ ମିଳିଥାଏ। ବ୍ୟସ୍ତ ବହୁଳ ଜୀବନ ଭିତରେ ମଧ୍ୟ ପୈତୃକ ଗାଁ ପ୍ରତି ରହିଛି ତାଙ୍କର ଅଦ୍ଭୁତ ଦୁର୍ବଳତା। ଆମେ କହୁଛି ନୂଆ କରି ରାଜ୍ୟ ବିଜେପି ସଭାପତି ହୋଇଥିବା ସମୀର ମହାନ୍ତିଙ୍କ ବିଷୟରେ।

ଭୁବନେଶ୍ୱରରେ ଜନ୍ମ ହୋଇଥିବା ସମୀରଙ୍କ ପୈତୃକ ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ନାଗଣପୁର ଗାଁରେ। ସମୀରଙ୍କ ବାପା ବିମଳ ଚରଣ ମହାନ୍ତି ଏହି ଗାଁରେ ଜନ୍ମ ହୋଇଥିଲେ। ଏହାପରେ ସମୀରଙ୍କ ବାପା ବିବାହ କରିବା ପରେ ତାଙ୍କ ସ୍ତ୍ରୀ ଶୈଳବାଳାଙ୍କୁ ନେଇ ଭୁବନେଶ୍ୱର ଚାଲିଆସିଥିଲେ। ଏହାପରେ ଭୁବନେଶ୍ୱରରେ ହିଁ ସମୀରଙ୍କ ଜନ୍ମ ହୋଇଥିଲା। ଭୁବନେଶ୍ୱରରେ ହିଁ ସେ ତାଙ୍କର ପିଲାଦିନ ଓ ଉଚ୍ଚଶିକ୍ଷା ଶେଷ କରିଥିଲେ।

ଛାତ୍ର ଅବସ୍ଥାରୁ ସମୀର ଏବିଭିପି ସହ ଯୋଡ଼ି ହୋଇ ଛାତ୍ର ରାଜନୀତି ଆରମ୍ଭ କରିଥିଲେ। ଏହାପରେ ୧୯୯୫ ମସିହାରେ ବିଜେପିରେ ସାମିଲ ହୋଇ ସେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ନିର୍ବାଚନରେ କର୍ପୋରେଟର ହୋଇଥିଲେ। ପରେ ପରେ ଦଳ ତାଙ୍କୁ ୨୦୧୬ ମସିହାରେ ରାଜ୍ୟର ଉପସଭାପତି ଆସନରେ ବସାଇଥିଲା।

ରାଜନୀତି ଜୀବନରେ ଶ୍ରମିକ ସଂଗଠନ, ବିଭିନ୍ନ ସାମାଜିକ ସଂଗଠନରେ ଯୋଡ଼ିହୋଇ ସାରା ରାଜ୍ୟରେ ନାଁ କମାଇବାରେ ସୁଯୋଗ ପାଇଛନ୍ତି ସମୀର। ଦଳ ଆଜି ସମୀରଙ୍କୁ ରାଜ୍ୟର ମୁଖିଆ ବନାଇଥିବାରୁ ନାଗଣପୁର ଗାଁ’ରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here