ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସେବା ଭବନରେ ଆଇଏଏସ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସବୁ ବିଭାଗର ସଚିବ, ବରିଷ୍ଠ ଆଇଏଏସ୍‌, ଜିଲ୍ଲାପାଳମାନେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଲୋକସେବା ଭବନ କନଭେନସନ କକ୍ଷରେ ଏହି ବୈଠକ ବସିଛି। ଏହି ବୈଠକରେ ୫ ବର୍ଷର ରୋଡ ମ୍ୟାପ ପ୍ରସ୍ତୁତ ହେବା ନେଇ ଆଲୋଚନା ହୋଇଛି। 5T ଏବଂ ମୋ ସରକାର  କିଭଳି ଆହୁରି କ୍ରିୟାଶୀଳ ହୋଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଛି।

‘‘ଓଡ଼ିଶା ମୋର ପରିବାର। ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ମୁଁ ଗତ ୫ ବର୍ଷ ହେଲା ସେମାନଙ୍କ ସେବା କରୁଛି। ମୁଁ ଚାହିୁଁଛି ମୋ ପରିବାର ପିଲାମାନେ ଗୁଣାତ୍ମକ ଶିକ୍ଷା ପାଆନ୍ତୁ। ଭାଇ ଭଉଣୀମାନେ ଭଲ ଚାକିରି ପାଆନ୍ତୁ। ସମସ୍ତଙ୍କ ନିକଟରେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପହଞ୍ଚୁ। ଆଜିର ଏହି ସମ୍ମିଳନୀ ଏହି ଦିଗରେ ଆମ ସମସ୍ତଙ୍କୁ ବାଟ କଢ଼େଇବ’’, ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଆଇଏଏସମାନଙ୍କୁ ଶପଥ ପାଠ କରାଇଛନ୍ତି।

‘‘ଲୋକ ଗଣତନ୍ତ୍ରର ଆତ୍ମା, ଗଣତନ୍ତ୍ରରେ ସବୁ ବ୍ୟବସ୍ଥା ଲୋକମାନଙ୍କ ପାଇଁ। କୌଣସି ବ୍ୟକ୍ତି ଯଦି କେଉଁଠିକୁ ନିଜ ସମସ୍ୟା ନେଇ ଯାଆନ୍ତି ତେବେ ସେଠାରେ ତାଙ୍କ ସମସ୍ୟାକୁ ଶୁଣାଯାଉ ଓ ତାଙ୍କ ସହ ଭଲ ବ୍ୟବହାର କରାଯାଉ’’, ଏଭଳି ଶପଥପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here