ଓଡ଼ିଶାଲାଇଭ୍‌ ବ୍ୟୁରୋ   

   

ନିଶାମୁକ୍ତ କୋରାପୁଟ ଗଠନ କରିବା ପାଇଁ ୨୨ କିଲୋମିଟର ପଦଯାତ୍ରା କଲେ ଦେବୀ ଶଙ୍କର ବ୍ରହ୍ମା। ଏହାସହ ସେ ଜିଲ୍ଲାପାଳଙ୍କୁ ନିଜ ଦାବିପତ୍ର ପ୍ରଦାନ କରିଛନ୍ତି।

ନିଶାକୁ ନା ଅଭିଯାନରେ ବାହାରିଛନ୍ତି ଦେବୀ ଶଙ୍କର ବ୍ରହ୍ମା। କୋରାପୁଟ ଜିଲ୍ଲା ଜୟପୁର ମୁଖ୍ୟରାସ୍ତାରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ପାଖରୁ କୋରାପୁଟ ଜିଲ୍ଲା ସଦର ମହକୁମାକୁ ପଦଯାତ୍ରାରେ ବାହରିଥିଲେ ଦେବି ଶଙ୍କର ବ୍ରହ୍ମା। ପରେ ଜିଲ୍ଲାପାଳଙ୍କୁ ନିଜ ଦାବିପତ୍ର ପ୍ରଦାନ କରିଛନ୍ତି।

ନିଶା ନିବାରଣ କ୍ଷେତ୍ରରେ କୌଣସି ଉତ୍ତମ ପଦକ୍ଷେପ ନେଲେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀ ସୁଖ, ଶାନ୍ତି ସମୃଦ୍ଧିରେ ବଞ୍ଚିପାରିବେ। ଯଦି ନିଶାକୁ ଆମେ ରୋକିବା ନାହିଁ ତାହେଲେ ଯୁବ ସମାଜ  ଖରାପ ଦିଗକୁ ଗତି କରିବ ବୋଲି ଦେବୀ ଶଙ୍କର ବ୍ରହ୍ମା କହିଛନ୍ତି।

୨୨ କିଲୋମିଟର ପଦ ଯାତ୍ରାରେ ବାହାରି କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ସହକାରୀ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ନିଶା ନିବାରଣ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ପଦଯାତ୍ରାରେ ନିଶାମୁକ୍ତ କୋରାପୁଟ ଗଠନ କରିବା ପାଇଁ ସେ ଆଶାବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here