ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ଜନତା ମଇଦାନରେ ‘କୃଷି ଓଡ଼ିଶା –୨୦୨୦’ରେ ଉନ୍ମୋଚିତ ହୋଇଛି ନୂଆ କୃଷି ନୀତି ‘ସମୃଦ୍ଧି’
ବଦଳୁଥିବା ସମୟ ସହିତ ତାଳ ଦେଇ ଏବେ ବଦଳିବ କୃଷିର ଶୈଳୀ। କୃଷକ ହେବେ ସମୃଦ୍ଧ। କୃଷି ହେବ ଏକ ଲାଭଜନକ ବୃତ୍ତି।
‘ସମୃଦ୍ଧି’ର ମୁଖ୍ୟ ଲକ୍ଷ୍ୟ
୧. ଚାଷୀଙ୍କ ପାଇଁ ସର୍ବକାଳୀନ ରୋଜଗାର ସୁନିଶ୍ଚିତ କରିବା
୨. ତୃଣମୂଳ ସ୍ତରରୁ ଏପରିକି କ୍ଷୁଦ୍ର, ନାମକୁ ମାତ୍ର ଚାଷୀ ଏବଂ ଭୂମିହୀନଙ୍କୁ ମଧ୍ୟ ଏହି ପ୍ରଗତିର ଧାରାରେ ସାମିଲ୍ କରାଯିବ।
୩. କୃଷି କ୍ଷେତ୍ରରେ ସ୍ଥିର ବିକାଶ ଉଦ୍ୟୋଗୀକରଣକୁ ପ୍ରାଧାନ୍ୟ ଦିଆଯିବ।
ସମୃଦ୍ଧିର ଆୟୁଧ
- ବିଜ୍ଞାନ ଓ ଜ୍ଞାନକୌଶଳର ସଦୁପଯୋଗ
- ଜଳବାୟୁ ପରିବର୍ତ୍ତନ ଅନୁଯାୟୀ ଫସଲରେ ପରିବର୍ତ୍ତନ
- ଦେଶ ବିଦେଶର ବଜାର ସହ ଚାଷୀମାନଙ୍କୁ ଯୋଡ଼ିବା
- ଅଧିକ ଉତ୍ପାଦନକ୍ଷମତା ପାଇଁ ଉଚ୍ଚ ମାନର କୃଷି ସାମଗ୍ରୀ ବ୍ୟବହାର କରିବା
- ଦୃଢ଼ ଭିତ୍ତିଭୂମିର ବିକାଶ କରିବା
- ଲାଭଜନକ କୃଷିକୁ ଗୁରୁତ୍ୱ ଦେବା
- କୃଷି କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା
- ଆନୁଷ୍ଠାନିକ ଦୃଢ଼ୀକରଣ
ଆଶା କରାଯାଉଛି ଯେ କୃଷି ନୀତି ‘ସମୃଦ୍ଧି’ ଓଡ଼ିଶାର ଚାଷୀମାନଙ୍କ ଜୀବନ ଜୀବିକାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଚାଷୀମାନଙ୍କ ମୁହଁରେ ହସ ଫୁଟିବ।








ଭୁବନେଶ୍ୱରର ଜନତା ମଇଦାନରେ ‘କୃଷି ଓଡ଼ିଶା –୨୦୨୦’ରେ ଉନ୍ମୋଚିତ ହୋଇଛି ନୂଆ କୃଷି ନୀତି ‘ସମୃଦ୍ଧି’





