ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୧୮ ତାରିଖରେ ଆସିବ ରାଜ୍ୟ ବଜେଟ୍। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତା ଫେବ୍ରୁଆରି ୧୮ରେ ଚଳିତ ବର୍ଷର ରାଜ୍ୟ ବଜେଟକୁ ବିଧାନସଭାରେ ଉପସ୍ଥାପନ କରିବେ।

ଫେବ୍ରୁଆରି ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହାର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନିଜର ଅଭିଭାଷଣ ରଖିବେ। ଦୁଇଟି ପର୍ଯ୍ୟାୟରେ ବିଧାନସଭାର ବଜେଟ୍ ଅଧିବେଶନ ହେବ।

ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇ ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇ ଏପ୍ରିଲ ୯ ତାରିଖରେ ଶେଷ ହେବ। ଏହି ଦୁଇଟି ପର୍ଯ୍ୟାୟ ବିଶିଷ୍ଟ ବଜେଟ୍ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି।

LEAVE A REPLY

Please enter your comment!
Please enter your name here