ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ବିକାଶ ପାଇଁ ହାତ ଖୋଲିଲେ କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ମାନବ ସମ୍ଵଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ୮୦ ହଜାର କୋଟି ମଞ୍ଜୁର କରାଯାଇଛି। ଏହାସହ କେନ୍ଦ୍ରୀୟ କ୍ୟାବିନେଟ ଦ୍ଵାରା ଅଟଳ ଜଳ ଯୋଜନା ପାଇଁ ୬କୋଟି ଓ ଅଟଳ ଟନଲ ପାଇଁ ୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଧାରା ୩୭୦ ଉଠିବା ପରେ ଜମ୍ମୁ କଶ୍ମୀର ବିକାଶ ଲକ୍ଷ୍ୟରେ ରହିଛନ୍ତି କେନ୍ଦ୍ର ସରକାର। ଏନେଇ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଏହାମଧ୍ୟରେ ଆଜି ଜମ୍ମୁର ବିଭିନ୍ନ ବିକାଶ ପାଇଁ ୮୦ ହଜାର କୋଟି ମଞ୍ଜୁର କରିଛନ୍ତି।

୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଐତିହାସିକ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାସହ ଜାମ୍ମୁ କାଶ୍ମୀରକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଥିଲେ। ଗୋଟିଏ ଜାମ୍ମୁ କଶ୍ମୀର ଅନ୍ୟଟି ଲଦାଖ।

LEAVE A REPLY

Please enter your comment!
Please enter your name here