ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ପରୀକ୍ଷା ବୋର୍ଡରେ ଡେପୁଟି ଡାଇରେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର ଏବଂ ଲ’ ଅଫିସର ପଦବୀ ଲାଗି ନିଯୁକ୍ତି ପ୍ରକାଶ ପାଇଛି। ମୋଟ୍ ୧୫ଟି ପୋଷ୍ଟ ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୮ ତାରିଖ ଯାଏଁ ଆବେଦନ କରିପାରିବେ।
ପଦବୀ ସଂଖ୍ୟା:
ଡେପୁଟି ଡିରେକ୍ଟର
ସମୁଦାୟ ପଦବୀ- ୭ଟି (ସାଧାରଣବର୍ଗ-୫ଟି, ଏସ୍ସି- ୧ଟି, ଓବିସି- ୧ଟି)
ଆସିଷ୍ଟାଣ୍ଟ ଡିରେକ୍ଟର
ସମୁଦାୟ ପଦବୀ- ୭ଟି (ସାଧାରଣବର୍ଗ-୫ଟି, ଏସ୍ସି- ଗୋଟିଏ, ଓବିସି-ଗୋଟିଏ)
ଲ’ ଅଫିସର
ସମୁଦାୟ ପଦବୀ- ଗୋଟିଏ (ସାଧାରଣବର୍ଗ- ଗୋଟିଏ)
ଆବେଦନ ପ୍ରକ୍ରିୟା
ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦଵପତ୍ର ସହ ନିଜର ବାୟୋଡାଟା ଏବଂ ସମସ୍ତ ଦରକାରୀ କାଗଜପତ୍ରକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଡିସ୍ନାଲ୍ ଡିରେକ୍ଟରଙ୍କ ପାଖକୁ ପଠାଇବାକୁ ହେବ।
ଏବି ବିଜ୍ଞପ୍ତି ସମ୍ବନ୍ଧିତ ଅଧିକ ତଥ୍ୟ ଜାଣିବା ପାଇଁ www.natboard.edu.in ଓ୍ଵେବ୍ସାଇଟ୍ ସହ ଯୋଗାଯୋଗ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।


















