ଓଡ଼ିଶାଲାଇଭ୍ ବ୍ୟୁରୋ
“ବାର୍ଡ ଫ୍ଲୁ’ ସମୟରେ ଚିକେନ୍ ଓ ଅଣ୍ଡା ଖାଇହେବ। ଚିକେନକୁ ଅଧଘଣ୍ଟା ପର୍ଯ୍ୟନ୍ତ ସିଝେଇ ଖାଇଲେ କୌଣସି ପ୍ରକାର ଅସୁବିଧା ନାହିଁ। କାରଣ ଅଧଘଣ୍ଟା ଚିକେନକୁ ସିଝେଇଲେ ସେଥିରେ ଥିବା ବାର୍ଡ ଫ୍ଲୁ’ ଭୂତାଣୁ ନଷ୍ଟ ହୋଇଯାଇଥାଏ।”
ବାର୍ଡ ଫ୍ଲୁ’କୁ ନେଇ ରାଜଧାନୀରେ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଏପରି ମନ୍ତବ୍ୟ ରଖିଛନ୍ତି ଓୟୁଏଟି ପଶୁପାଳନ ବିଭାଗର ନିର୍ଦ୍ଦେଶକ ରତ୍ନାକର ସାହୁ।
ସେ କହିଛନ୍ତି ଯେ ବର୍ତ୍ତମାନ ଓୟୁଏଟି ପରିସରରେ ବାର୍ଡ ଫ୍ଲୁ’ ଚିହ୍ନଟ କରାଯାଇଛି। ସେଥିପାଇଁ ଏହାର ଗୋଟିଏ କିଲୋମିଟର ଅଞ୍ଚଳ ଭିତରେ ଥିବା କୁକୁଡା ଅଣ୍ଡାକୁ ଖାଇବାକୁ ଲୋକଙ୍କୁ ବାରଣ କରାଯାଇଛି। ହେଲେ ଚିକେନ୍ ଖାଇବାରେ କୌଣସି ପ୍ରକାର ଅସୁବିଧା ନାହିଁ ବୋଲି ସେ କହିଛନ୍ତି।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶେଷଜ୍ଞମାନଙ୍କ ପରାମର୍ଶ ନେବା ପରେ ସେ ଲୋକଙ୍କୁ ଚିକେନ୍ ଖାଇବା ନେଇ କହୁଛନ୍ତି। କାରଣ ଚିକେନକୁ ଅଧଘଣ୍ଟାରୁ ଅଧିକ ସମୟ ଗରମ ପାଣିରେ ସିଝେଇଲେ ବାର୍ଡ ଫ୍ଲୁ’ ରୋଗର ଭୟ ରହିନଥାଏ। ଏହାପରେ ଲୋକମାନେ ଚିକେନ୍ ଖାଇପାରିବେ।