ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଣ୍ଡାର ଆବଶ୍ୟକତା ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଯେତିକି ଜରୁରୀ ସୁସ୍ଥ ହୃଦୟ ପାଇଁ ସେତିକି ଆବଶ୍ୟକ। ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ ରହିଥିବାରୁ ଏହା ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଲାଭଦାୟକ।

ଗର୍ଭାବସ୍ଥାରେ ଯଦି ମା’ ଅଣ୍ଡା ଖାଇଥାନ୍ତି ତେବେ ଏହା ଦ୍ଵାରା ଗର୍ଭସ୍ଥ ଶିଶୁର ମାନସିକ ବିକାଶ ହୋଇଥାଏ। ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଦ୍ଵାରା ଶିଶୁର ପ୍ରୋଟିନ ଆବଶ୍ୟକତା ପୂରଣ ହୋଇଥାଏ। ବୟସ ଅନୁସାରେ ପ୍ରତିଦିନ ଗୋଟିଏରୁ ଦୁଇଟି ଲେଖାଏଁ ଅଣ୍ଡା ଖାଇବା ଆବଶ୍ୟକ ବୋଲି ଡାଏଟିସିଆନ କୁହନ୍ତି।

ଅଣ୍ଡାରେ ରହିଛି ଉନ୍ନତମାନର ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍‌ସ, ଯାହା ହୃଦୟକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ସୁସ୍ଥ ହୃଦୟ ପାଇଁ ଦୈନିକ କେତୋଟି ଅଣ୍ଡା ଖାଇପାରିବେ? ହୃଦୟର ସ୍ଵାସ୍ଥ୍ୟ ପାଇଁ ଅଣ୍ଡାର ଭୂମିକା କ’ଣ? ବିଶିଷ୍ଟ ଡାଏଟିସିଆନ୍ ଅନ୍ମୟୀ ନନ୍ଦଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ୍ ଓଡ଼ିଆର ଏହି ଭିଡିଓ।  

Tags: #Egg #Eggforhealth #EggforHeart #healthyfood #OdiaHealthTips #Nutrition

LEAVE A REPLY

Please enter your comment!
Please enter your name here