ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଶିଶୁର ବିକାଶ ପାଇଁ ପ୍ରୋଟିନର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। ଅଣ୍ଡା ପ୍ରୋଟିନର ଆବଶ୍ୟକତା ପୂରା କରିଥାଏ। କାରଣ ଏଥିରେ ପ୍ରୋଟିନର ମାତ୍ରା ଭରପୂର ରହିଛି।

ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଦ୍ଵାରା ଶିଶୁର ପ୍ରୋଟିନ ଆବଶ୍ୟକତା ପୂରଣ ହୋଇଥାଏ। ଅଣ୍ଡା କେବଳ ଶାରୀରିକ ନୁହେଁ ବରଂ ଶିଶୁର ମାନସିକ ବିକାଶରେ ମଧ୍ୟ ସହାୟକ ହୋଇଥାଏ। ଶିଶୁଙ୍କୁ ଅଣ୍ଡା ସହ ଶସ୍ୟଜାତୀୟ ଖାଦ୍ୟ ଏବଂ ଫଳ ଓ ପନିପରିବା ଖାଇବାକୁ ଦେବା ଆବଶ୍ୟକ।

ଅଣ୍ଡାକୁ ପୋଷଣର ଗନ୍ତାଘର ବୋଲି କୁହାଯାଏ। ଅଣ୍ଡାରେ ରହିଛି ଉନ୍ନତମାନର ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍‌ସ, ଯାହାକି ଗୋଟିଏ ଶିଶୁର ସମ୍ପୂର୍ଣ୍ଣ ବିକାଶରେ ସହାୟକ ହୋଇଥାଏ। ପିଲାର ମସ୍ତିଷ୍କ ବିକାଶ, ମଜଭୁତ ହାଡ଼ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଥାଏ।

ବିଶିଷ୍ଟ ଡାଏଟିସିଆନ୍ ସୁନିତା ସାହୁ ପିଲାଙ୍କ ସ୍ଵାସ୍ଥ୍ୟ ପାଇଁ ଅଣ୍ଡାର ଭୂମିକା ବିଷୟରେ କ’ଣ କହୁଛନ୍ତି ଅଧିକ ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।  

Tags: #Egg #Eggforhealth #EggforHeart #healthyfood #OdiaHealthTips #Nutrition

Comment