ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜବାହାରଲାଲ୍‌ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ର ଶାର୍ଜୀଲ ଇମାମଙ୍କୁ ଗିରଫ କଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ। ଦେଶଦ୍ରୋହ ମାମଲାରେ ବିହାରରୁ ଶାର୍ଜୀଲକୁ ଗିରଫ କରାଯାଇଛି। ଏହାପୂର୍ବରୁ ଶାର୍ଜୀଲର ଭାଇକୁ ମଧ୍ୟ ଗିରଫ କରାଯାଇଛି।

୪ ଦିନ ତଳେ ଶର୍ଜୀଲ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାସହ ସେ ଆସାମରୁ ଭାରତକୁ ଅଲଗା କରିବା ପାଇଁ ଧମକ ଦେଇଥିଲେ। ଦିଲ୍ଲୀ ଶାହୀନବାଗ୍‌ ଗଣ୍ଡଗୋଳରେ ମଧ୍ୟ ଶର୍ଜୀଲ ସାମିଲ ଥିଲା।

ଏହି ମନ୍ତବ୍ୟକୁ ଆଧାର କରି ଦିଲ୍ଲୀ ପୋଲିସ ଶର୍ଜୀଲ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା। ଏହାସହ ଆସାମ ଓ ଉତ୍ତରପ୍ରଦେଶରେ ମଧ୍ୟ ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା। ୬ଟି ରାଜ୍ୟର ପୋଲିସ ପାଇଁ ଓ୍ଵାଣ୍ଟେଡ ଥିଲା ଶର୍ଜୀଲ।

Comment