ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଭାରତ ପାଇଁ ଏତେ ଗୁରୁତ୍ଵପୂର୍ଣ୍ଣ ନୁହେଁ। କାରଣ ଭାରତ ୩-୦ରେ ମ୍ୟାଚ ଜିତି ସିରିଜ ଅକ୍ତିଆର କରି ସାରିଛି। ଏହି ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଲେ ବି ଆଉ ସିରିଜକୁ ଫେରି ପାରିବ ନାହିଁ। ତେଣୁ ନ୍ୟୁଜିଲାଣ୍ଡ ସମ୍ମାନ ରକ୍ଷା ପାଇଁ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ।

୫ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଭାରତ ୩ଟି ମ୍ୟାଚ ଜିତି ସିରିଜ ହାତେଇ ସାରିଛି। ଆଜିର ମ୍ୟାଚରେ ଭାରତ ଜିତି ୪-୦ ଲକ୍ଷ୍ୟରେ ରହିବ। ଦଳ ଗତ ୩ଟି ମ୍ୟାଚରେ ବିଦେଶୀ ମାଟିରେ ଭଲ ପ୍ରଦର୍ଶନ କରି ଆସିଛି।

ଦଳ ପକ୍ଷରୁ ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ଓ ଶ୍ରେୟାସ ଆୟର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଲୋକେଶ ରାହୁଲ ଦୁଇଟି ମ୍ୟାଚରେ ଭାରତକୁ ବିଜୟୀ କରାଯାଇଥିବା ବେଳେ ତୃତୀୟ ମ୍ୟାଚରେ ରୋହିତ ଶର୍ମା ଚମତ୍କାର ପାଳି ଖେଳିଥିଲେ।

ସେହିପରି ନ୍ୟୁଜିଲାଣ୍ଡ ଭଲ ପ୍ରଦର୍ଶନ କରି ଥିଲେ ମଧ୍ୟ ବିଜୟୀ ହୋଇପାରିନାହିଁ। ଦଳ ପକ୍ଷରୁ ମାର୍ଟିନ ଗପ୍ଟିଲ, କୋଲିନ ମୁନରୋ ଓ କେନ୍‌ ଓ୍ଵିଲିମସନ୍‌ ଚମତ୍କାର ଫର୍ମରେ ରହିଛନ୍ତି। ନିଜ ମାଟିରେ ସମ୍ନାନ ରକ୍ଷା ପାଇଁ ନ୍ୟୁଜିଲାଣ୍ଡ ଆଜିର ମ୍ୟାଚକୁ ଜିତିବାକୁ ଚେଷ୍ଟା କରିବ।

Comment