ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଏସ୍‌ସିବି ମେଡିକାଲର ସଂପ୍ରସାରଣ ପାଇଁ ଆଜିଠୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମାଲଗୋଦାମ ଥାନା ସାମ୍ନା ଜୋବ୍ରା ମାଛ ମାର୍କେଟରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି।

ଏହି ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ଏହି ଭଙ୍ଗା କାର୍ଯ୍ୟରେ ୬ଟି ଜେସିବି ନିୟୋଜିତ ହୋଇଛି। କଟକ ମହାନଗର ନିଗମ, ତହସିଲଦାର, ଉପଜିଲ୍ଲାପାଳ ସମେତ ଅନ୍ୟ ଅଧିକାରୀ ଉଚ୍ଛେଦ କାର୍ଯ୍ୟର ତଦାରଖ କରୁଛନ୍ତି। ପ୍ରଥମ ଦିନରେ ୪୦ଟି ଦୋକାନ ଭାଙ୍ଗିବାକୁ ସ୍ଥିର ହୋଇଛି।

ଏସ୍‌ସିବି ମେଡିକାଲର ସଂପ୍ରସାରଣ ହେବ ବୋଲି ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାପରେ କେତେ ଜମି ଅଧିଗ୍ରହଣ ହେବ ଚିହ୍ନଟ ହୋଇଥିଲା। ଏହାସହ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି।

LEAVE A REPLY

Please enter your comment!
Please enter your name here