ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଏସ୍‌ସିବି ମେଡିକାଲର ସଂପ୍ରସାରଣ ପାଇଁ  ଦ୍ୱିତୀୟ ପର୍ଯ୍ୟାୟରେ ଉଚ୍ଛେଦ ଆରମ୍ଭ ହୋଇଛି। ଗୁରୁବାର ଜୋବ୍ରା ଅଞ୍ଚଳରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସେସୁ ଅଫିସଠାରୁ ମାଛ ମାର୍କେଟ ଯାଏଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ଜାରି ରହିଛି। ଆଜି ଉଚ୍ଛେଦ ପ୍ରକ୍ରିୟାକୁ ବସ୍ତି ଲୋକ ବିରୋଧ କରିଛନ୍ତି।

ଏହି ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାରଠୁ ଆରମ୍ଭ ହୋଇଥିଲା। କଟକ ମହାନଗର ନିଗମ, ତହସିଲଦାର, ଉପଜିଲ୍ଲାପାଳ ସମେତ ଅନ୍ୟ ଅଧିକାରୀ ଉଚ୍ଛେଦ କାର୍ଯ୍ୟର ତଦାରଖ କରୁଥିଲେ।

ଏସ୍‌ସିବି ମେଡିକାଲର ସଂପ୍ରସାରଣ ହେବ ବୋଲି ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାପରେ କେତେ ଜମି ଅଧିଗ୍ରହଣ ହେବ ଚିହ୍ନଟ ହୋଇଥିଲା। ଏହାସହ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ ମଧ୍ୟ ଘୋଷଣା ହୋଇଛି।

LEAVE A REPLY

Please enter your comment!
Please enter your name here