ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
କ୍ରିକେଟ ସହ ବଲିଉଡର ଘନିଷ୍ଠ ସମ୍ପର୍କ। କେଉଁ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କ ପଛରେ ଦିଓ୍ୱାନା ତ କେଉଁ ଅଭିନେତ୍ରୀ କ୍ରିକେଟରଙ୍କ ପଛରେ ଦିଓ୍ୱାନୀ।
ତେବେ ଆସନ୍ତୁ ଜାଣିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପେଟନ ଧୋନୀଙ୍କ ବାୟୋପିକରେ ନାୟିକା ସାଜିଥିବା ଦିଶା ପାଟନୀ କେଉଁ କ୍ରିକେଟରଙ୍କ ପଛରେ ଦିଓ୍ୱାନୀ?
ନିକଟରେ ଦିଶା ପାଟନୀ ଏହାର ଉତ୍ତର ଦେଇଛନ୍ତି। ଭାରତୀୟ କ୍ରିକେଟର ଯଶପ୍ରୀତ ବୁମରାହ ତାଙ୍କୁ ବେଶ ପସନ୍ଦ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ବୁମରାହଙ୍କ ବେଶ ପ୍ରଂଶସା କରିଛନ୍ତି ଦିଶା।
ଧୋନୀଙ୍କ ବାୟୋପିକରେ ଦିଶାଙ୍କ ଧୋନିଙ୍କ ଗାର୍ଲଫ୍ରେଣ୍ଡ ଭୂମିକାରେ ଦେଖିବାକୁ ମିଳିଥିଲା।


















