ଓଡ଼ିଶାଲାଇଭ୍ ବ୍ୟୁରୋ

ରଣଜୀ ଟ୍ରଫି ମୁକାବିଲାରେ ଓଡ଼ିଶା ଟିମର ଲଜ୍ଜାଜନକ ପରାଜୟ। ଶୁକ୍ରବାର ମହାରାଷ୍ଟ୍ର ରଣଜୀ ଟିମ୍ ଅତି ସହଜରେ ଓଡ଼ିଶା ରଣଜୀ ଟିମକୁ ହରାଇ ଦେଇଛି।

ପୁନେରେ ଖେଳାଯାଉଥିବା ଏହି ମ୍ୟାଚରେ ମହାରାଷ୍ଟ୍ର ଟିମ୍ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଏହାପରେ ଓଡ଼ିଶା ରଣଜୀ ଟିମ୍ ପ୍ରଥମ ଇଂନିସରେ ମାତ୍ର ୨୯୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

ଏହାର ଜବାବରେ ମହାରାଷ୍ଟ୍ର ଟିମ୍ ବ୍ୟାଟିଂ କରି ୫୪୩ ରନର ଦମଦାର ଇଂନିସ ଖେଳିଥିଲା। ଏହାପରେ ଦଳ ମାତ୍ର ୫ଟି ୱିକେଟ୍ ହରାଇ ଇନିଂସ ଘୋଷଣା କରିଦେଇଥିଲା। ମହାରାଷ୍ଟ୍ରର ଏହି ଇଂନିସ ଭିତରେ କ୍ୟାପଟେନ୍ ବାୱାନେ ଦ୍ୱିଶତକୀୟ ପାଳି ଖେଳିବା ସହିତ ଗାଏକ୍ୱାଡ୍ ଓ ଏନ୍ ଏସ୍ ଶେଖ୍ ଶତକ ହାସଲ କରିଥିଲେ।

ଏହାପରେ ପ୍ରଥମ ଇଂନିସରେ ପଛୁଆ ରହି ଓଡ଼ିଶା ଟିମ୍ ଦ୍ୱିତୀୟ ଇଂନିସ ଆରମ୍ଭ କରିଥିଲା। ଦ୍ୱିତୀୟ ଇଂନିସରେ ମଧ୍ୟ ଓଡ଼ିଶା ଟିମ୍ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା। ଦଳ ଦ୍ୱିତୀୟ ଇଂନିସରେ ମଧ୍ୟ ୨୮୯ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାପରେ ମହାରାଷ୍ଟ୍ରକୁ ମ୍ୟାଚ୍ ଜିତିବାକୁ ମାତ୍ର ୩୯ ଦରକାର ହେଉଥିଲା। ଏହି ରନକୁ ମହାରାଷ୍ଟ୍ର ଦଳ ଦ୍ୱିତୀୟ ଇଂନିସରେ ବିନା କୌଣସି ହରାଇ ହାସଲ କରିନେଇଛି।

LEAVE A REPLY

Please enter your comment!
Please enter your name here