ଓଡ଼ିଶାଲାଇଭ୍ବ୍ୟୁରୋ

ଭୁବନେଶ୍ଵରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଆଣ୍ଡ୍‌ ଆପ୍ଲିକେସନ୍‌ସ୍‌ରେ (ଗଣିତ ଏବଂ ପ୍ରୟୋଗ ପ୍ରତିଷ୍ଠାନ) ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୭ ତାରିଖ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା:

ମ୍ୟାଥମେଟିକ୍ସରେ ପିଏଚ୍‌ଡି କରିବା ସହ ପ୍ରଫେସର୍‌ ଭାବେ ଅତିକମ୍‌ରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା– ୭ ମାର୍ଚ୍ଚ, ୨୦୨୦ ସୁଦ୍ଧା ୬୨ ବର୍ଷରୁ କମ୍‌ ବୟସ ବ୍ୟକ୍ତି

ଦରମା– ୩୭,୪୦୦ ଟଙ୍କାରୁ ୬୭,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ନିଜର ବାୟୋଡାଟା ସହ ସମସ୍ତ ଆବଶ୍ୟକୀୟ କାଗଜପତ୍ରକୁ ଡାକ ମାଧ୍ୟମରେ ପଠାଇବାକୁ ହେବ। ମାର୍ଚ୍ଚ ୭, ସଂଧ୍ୟା ୫ଟା ୩୦ ସୁଦ୍ଧା ନିମ୍ନଲିଖିତ ଠିକଣାରେ ପଠାଇବାକୁ ହେବ।

ଠିକଣା: ଜଏଣ୍ଟ ସେକ୍ରେଟାରୀ ଟୁ ଗଭର୍ନମେଣ୍ଟ, ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜୀ ଡିପାର୍ଟମେଣ୍ଟ, ଓଡ଼ିଶା ସରକାର, ଖାରବେଳ ଭବନ, ଭୁବନେଶ୍ଵର, ପିନ୍‌-୭୫୧୦୦୧

ଏବି ବିଜ୍ଞପ୍ତି ସଂପର୍କରେ ଅଧିକ ଜାଣିବା ପାଇଁ www.iomaorissa.ac.in ଓ୍ଵେବ୍‌ସାଇଟ୍‌କୁ ଯାଇ ସମସ୍ତ ତଥ୍ୟ ଦେଖିପାରିବେ।

Comment