ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଆଜି ଦ୍ଵିତୀୟ ମ୍ୟାଚ। ଏହି ମ୍ୟାଚରେ ଭାରତ ପାଇଁ ଶେଷ ସୁଯୋଗ ରହିଛି। ଯଦି ଏହି ମ୍ୟାଚରେ ଭାରତ ପରାସ୍ତ ହୁଏ, ତାହେଲେ ସିରିଜ ପରାଜୟର ସମ୍ମୁଖୀନ ହେବ। ତେଣୁ ଭାରତ ଏହି ମ୍ୟାଚ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ରହିବ ଭାରତ।
୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି। ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ ଜିତିଲେ ସିରିଜ ଅକ୍ତିଆର କରିବ। ତେଣୁ ଦୁଇ ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ଵପୂର୍ଣ୍ଣ ରହିବ।
ଟି-୨୦ ସିରିଜରେ ଭାରତ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ଲିନ ସୁଇପ କରିଥିଲା। ହେଲେ ଦିନିକିଆର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି ଟି-୨୦ର ବଦଲା ନେଇଛି।
ଭାରତୀୟ ଟିମ୍ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତି ଦଳ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ। ପ୍ରଥମ ମ୍ୟାଚରେ ଦଳ ପକ୍ଷରୁ ଓପନିଂ କରୁଥିବା ପୃଥ୍ଵୀ ଶ’ ଓ ମୟଙ୍କ ଅଗ୍ରଓ୍ଵାଲ ଭଲ ପ୍ରଦର୍ଶନ କରିପାରିନଥିଲେ। ଏହି ମ୍ୟାଚରେ ବିରାଟ କୋହଲି ଓ ଲୋକେଶ ରାହୁଲ ଦଳ ପାଇଁ କି ପ୍ଲେୟାର ସାବ୍ୟସ୍ତ ହୋଇପାରନ୍ତି।


















