ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (କେନ୍ଦ୍ରୀୟ ମହିଳା କୃଷି ସଂସ୍ଥା) ଅଧୀନରେ ଏଗ୍ରିକଲ୍‌ଚର୍‌ ଫିଲ୍ଡ ଅଫିସର୍‌ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଫେବ୍ରୁଆରି ୧୯ ତାରିଖ ସକାଳ ୧୧ଟା ବେଳେ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ଏହି ନିଯୁକ୍ତି ଏନ୍‌ଏଏସ୍‌ଏଫ୍‌ ପ୍ରୋଜେକ୍ଟ ପାଇଁ ଉଦ୍ଦିଷ୍ଟ।

ଶିକ୍ଷାଗତ ଯୋଗ୍ୟତା:

ସାଇନ୍ସରେ ସ୍ନାତକ କିମ୍ବା ଦଶମ+ ଦ୍ଵାଦଶ (ସାଇନ୍ସ) ସହ କ୍ରପ୍‌ ପ୍ରଜକ୍ସନ୍‌ ଷ୍ଟ୍ରିମ୍‌ରେ ଭୋକେସନାଲ୍‌ ଡିଗ୍ରୀ ହାସଲ କରିଥିବେ।

ବୟସ ସୀମା- (୨୦୨୦ ଜାନୁଆରି ୧ ସୁଦ୍ଧା)  

  • ମହିଳା- ୩୫ ବର୍ଷ
  • ପୁରୁଷ- ୪୦ ବର୍ଷ

ଦରମା- ୧୫,୦୦୦ ଟଙ୍କା

ଇଣ୍ଟରଭ୍ୟୁ ସମୟ- ୨୦୨୦ ଫେବ୍ରୁଆରି ୧୯ ସକାଳ ୧୧ଟା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା ଏବଂ ଦରକାରୀ ଶିକ୍ଷାଗତ ଓ ଅଭିଜ୍ଞତା ସାର୍ଟିଫିକେଟ୍‌ ସହ ଇଣ୍ଟଭ୍ୟୁ ସ୍ଥାନରେ ପହଞ୍ଚିବେ।

ଠିକଣା: ଆଇସିଏଆର୍- ସିଆଇଏଫ୍‌ଏ, ପ୍ଲଟ୍‌ ନଂ. ୫୦-୫୧, ମୌଜା-ଜୋକଳାନ୍ଧୀ, ପୋଷ୍ଟ- ବରମୁଣ୍ଡା, ଭୁବନେଶ୍ଵର- ୭୫୧୦୦୩, ଓଡ଼ିଶା

ଅଧିକ ତଥ୍ୟ ପାଇଁ www.icar-ciwa.org.in ଓ୍ଵେବ୍‌ସାଇଟ୍‌କୁ ଯାଇ ଦେଖିପାରିବେ।

ଯୋଗାଯୋଗ ପାଇଁ-

  • ଫୋନ୍‌ ନଂ- 0674-2386220
  • ଫ୍ୟାକ୍ସ- 0674-2386242
  • ଇ-ମେଲ୍‌-director@icar.gov.in

LEAVE A REPLY

Please enter your comment!
Please enter your name here