ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଛି। ଫେବ୍ରୁଆରି ୧୪, ୨୦୧୯ରେ ଆତଙ୍କବାଦୀଙ୍କ ଆକ୍ରମଣରେ ପୁଲଓ୍ୱାମାରେ ସହିଦ ହୋଇଥିଲେ ୪୦ ସିଆରପିଏଫ୍ ଯବାନ।
ଦେଶ ପାଇଁ ପ୍ରାଣବଳି ଦେଇଥିବା ସେହି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଓ ତାଙ୍କ ବଳିଦାନକୁ ମନେ ପକାଇବା ପାଇଁ ଜମ୍ମୁ ଲେଥପୋରାରେ ସ୍ମାରକୀ ନିର୍ମାଣ କରାଯାଇଛି। ଏହି ସ୍ମାରକୀ ସିଆରପିଏଫ୍ ତାଲିମ ଶିବିର ନିକଟରେ ନିର୍ମାଣ ହୋଇଛି।
ସ୍ମାରକୀରେ ସମସ୍ତଙ୍କ ୪୦ ଯବାନଙ୍କ ନାଁ ଲେଖାଯାଇଛି। ଏଥିସହିତ ସିଆରପିଏଫ୍ର ମୋଟୋ, ସେବା, ନିଷ୍ଠା କଥା ମଧ୍ୟ ଏଥିରେ ଲେଖା ହୋଇଛି। ସ୍ମାରକୀ ସ୍ଥଳରେ ସିଆରିଏଫ୍ର ବରିଷ୍ଠ ଅଧିକାରୀମାନେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
















