ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବିଧାନସଭାରେ ଅଭିଭାଷଣ ରଖିଥିଲେ। ସେ ତାଙ୍କ ଅଭିଭାଷଣରେ ମୋ’ ସରକାର ଏବଂ ୫-ଟିକୁ ପ୍ରଶଂସା କରିଥିଲେ।
-ଆଗାମୀ ବର୍ଷ କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସହାୟତା ମିଳିବ
-ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି, ଆଗାମୀ ଦିନରେ ବହୁ ଗୁଣା କରିବାକୁ ଲକ୍ଷ୍ୟ
-ପ୍ରତି ଜିଲ୍ଲାରେ ମୋ’ ସରକାର ଡେସ୍କ ପ୍ରତିଷ୍ଠା କରାଯିବ
-ଚଳିତ ବର୍ଷ ୧ ଲକ୍ଷ ୮୪ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ
-ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ବିକାଶ ହେବ
-୨୦୨୪ ସୁଦ୍ଧା ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ
-ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ ମିଶନର କାର୍ଯ୍ୟକାରିତା କରାଯିବ