ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ବିଦ୍ୟୁତ ତାର ନେଲା ଡମ୍ପର ଡ୍ରାଇଭରଙ୍କ ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ତନ୍ତିଆପାଳ ଗାଁରେ ଏହି ଅଘଟଣ ଘଟିଛି।
ଶନିବାର ସକାଳେ ତନ୍ତିଆପାଳ ଗାଁ ରାସ୍ତା ଦେଇ ବାଲି ବୋଝେଇ ଡମ୍ପରଟି ଯାଉଥିଲା। ୧୧ କେଭି ବିଦ୍ୟୁତ ତାର କମ୍ ଉଚ୍ଚରେ ଝୁଲି ରହିଥିବାରୁ ତାରରେ ଗାଡ଼ି ଲାଗିଯାଇଥିଲା। ଫଳରେ ଡମ୍ପର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।
କିଛି ଦିନ ତଳେ ବ୍ରହ୍ମପୁରରେ ଏଭଳି ଅଘଟଣ ଘଟିଥିଲା। ଏକ ବସରେ ବିଦ୍ୟୁତ ତାର ଲାଗି ଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।

















