ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ପାଟିରେ ଅଫୁଟା ବୋମା ଫୁଟି ମୃତ୍ୟୁବରଣ କଲା ଗର୍ଭବତୀ ଗାଈ। ବ୍ରହ୍ମପୁରର ହରିଡ଼ାଖଣ୍ଡି ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ବ୍ରହ୍ମପୁର ହରିଡ଼ାଖଣ୍ଡି ଛକରେ ଏକ ଗାଈ ଗୁରୁବାର ଅଳିଆ ଗଦାରୁ ଏକ ଅଫୁଟା ବୋମାକୁ ଖାଦ୍ୟ ଭାବି ଚୋବାଇ ଦେଇଥିଲା। ଫଳରେ ଗାଈର ପାଟିରେ ହିଁ ସେହି ବୋମାଟି ଫୁଟିଯାଇଥିଲା। ବୋମାଟି ଫୁଟିଯିବା ଫଳରେ ଗାଈଟିର ପାଟିରେ ଗଭୀର କ୍ଷତ ଲାଗିଥିଲା। ପ୍ରବଳ ରକ୍ତସ୍ରାବ ହେବାପରେ ଗାଈଟିର ମୃତ୍ୟୁ ଘଟିଛି।

ଏହି ଅଫୁଟା ବୋମାଟିକୁ କିଏ ଅଳିଆ ଗଦାରେ ଲୁଚାଇ ରଖିଥିଲା ନା ଏହାକୁ କିଏ ଫୋପାଡ଼ି ଦେଇଥିଲା ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ। ତେବେ ଏହି ଘଟଣାର ଦଶ ଦିନ ପୂର୍ବରୁ ମଧ୍ୟ ଗୋଟିଏ ଘୁଷୁରୀ ମଧ୍ୟ ଏହିଭଳି ଭାବେ ପ୍ରାଣ ହରାଇଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here