ଓଡ଼ିଶାଲାଇଭ୍ ବ୍ୟୁରୋ
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ନାଳରେ ଫସିଲା ଗ୍ରାନାଇଟ୍ ବୋଝେଇ ଟ୍ରକ୍। ବ୍ରହ୍ମପୁର ବଡ଼ ରେଡ଼ିକା ସାହି ନାଳରେ ଏକ ଗ୍ରାନାଇଟ୍ ବୋଝେଇ ଟ୍ରକ୍ ଫସିଯାଇଥିଲା। ଫଳରେ ସେଠାରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଗ୍ରାନାଇଟ୍ ବୋଝେଇ ଟ୍ରକଟି ରାସ୍ତା ପାର୍ଶ୍ୱ ନାଳରେ ଫସିଯିବା କାରଣରୁ ଆସିକାଠାରୁ ବାଲୁଙ୍କେଶ୍ୱର ମନ୍ଦିର ରୋଡ୍ ଓ ପୁରୁଣା ବ୍ରହ୍ମପୁର ଅଞ୍ଚଳର ଅନେକ ଗାଡ଼ି ଅଟକି ରହିଥିଲା। ପ୍ରଶାସନ ଗାଡ଼ିକୁ ଉଦ୍ଧାର ନକରିବା କାରଣରୁ ଲୋକମାନେ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ।
ଏହାପରେ ବଡ଼ ବଜାର ପୋଲିସ କ୍ରେନ୍ ଯୋଗେ ଟ୍ରକକୁ ଉଦ୍ଧାର କରିଥିଲା। ରାସ୍ତାରୁ ଟ୍ରକଟି ଉଠିବା ପରେ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ ହେବା ସହିତ ଲୋକମାନେ ପ୍ରତିବାଦରୁ ଉଠିଥିଲେ।
















