ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ହିଂସାକାଣ୍ଡକୁ ନେଇ ରାଜନୀତିକ ବୟାନବାଜି ଲାଗି ରହିଛି। ଗୁରୁବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏହି ଘଟଣା ପାଇଁ ବିଜେପିକୁ ନିନ୍ଦା କରିଥିଲା ବେଳେ ବିଜେପି ଆଜି ଏହାର ଜବାବ ଦେଇଛି।

‘‘ରାଜଧର୍ମ ନାଁରେ କଂଗ୍ରେସ ଲୋକଙ୍କୁ ଉସକାଉଛି। ସିଏଏ ନେଇ ପୂର୍ବରୁ କଂଗ୍ରେସ ନେତାମାନେ ବି ଦାବି କରି ଆସିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଏଥିପାଇଁ ଦାବି କରିଥିଲେ। ଏବେ କ’ଣ ପାଇଁ କଂଗ୍ରେସ ନୀତି ପରିବର୍ତ୍ତନ କଲା। ଏହା କ’ଣ ରାଜଧର୍ମ କି?’’, କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

ଶୁକ୍ରବାର କେନ୍ଦ୍ର ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ଟାର୍ଗେଟ କରି ଏଭଳି କହିଛନ୍ତି।

ଦିଲ୍ଲୀ ହିଂସାକୁ ନେଇ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଟିମ୍ ଗୁରୁବାର ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲେ। ଦିଲ୍ଲୀରେ ଭୟଙ୍କର ହିଂସା ପାଇଁ କଂଗ୍ରେସକୁ ବିଜେପି ଦାୟୀ କରିଥିଲା।

ଏଭଳି ସ୍ଥିତିରେ ଉଭୟ ଦିଲ୍ଲୀ ଏବଂ କେନ୍ଦ୍ର ସରକାର ନିରବତା ଅବଲମ୍ୱନ କରିଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କୁ ରାଜଧର୍ମ ପାଳନ କରିବାକୁ କୁହାଯିବା ଉଚିତ୍ ବୋଲି ରାଷ୍ଟ୍ରପତିଙ୍କୁ କହିଥିଲା କଂଗ୍ରେସ ପ୍ରତିନିଧି ଦଳ।

LEAVE A REPLY

Please enter your comment!
Please enter your name here