ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁରରେ କୁକୁଡ଼ା ମଡକ। ଗତ ସପ୍ତାହକ ମଧ୍ୟରେ ଜୟପୁର ନିକଟ ଟାଙ୍କୁଆ ଓ ଏହାର ଆଖପାଖ ଅଞ୍ଚଳରେରେ ଶହ ଶହ ଦେଶୀ ପ୍ରଜାତିର କୁକୁଡ଼ା ମରୁଥିବା ଦେଖିବାକୁ ମିଳୁଛି।

ଆଉ ଏହାକୁ ନେଇ କୁକୁଡ଼ା ଚାଷୀ ଓ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ହଠାତ୍‌ କୁକୁଡ଼ାଙ୍କର ପତଳ ଝାଡା ହେଉଛି। ତେବେ କେବଳ ଦେଶୀ କୁକୁଡ଼ା ନୁହେଁ ବ୍ରୟେଲର କୁକଡ଼ାଙ୍କଠାରେ ମଧ୍ୟ ଏଭଳି ଲକ୍ଷଣ ଦେଖିବାକୁ ମିଳୁଛି।

ଆଉ ଏହାର ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି। କୁକୁଡ଼ାଙ୍କୁ ହେଉଥିବା ଏହି ରୋଗ କିନ୍ତୁ ଏଯାଏଁ ଚିହ୍ନଟ ହୋଇନାହିଁ। ଏହା କୌଣସି ଫ୍ଲୁ ଜନିତ ରୋଗ ବୋଲି ସନ୍ଦେହ କରାଯାଉଛି। ସେହିପରି ଏଭଳି ସମାନ ଘଟଣା ବାଲେଶ୍ୱର ସୋରରେ ମଧ୍ୟ ଦେଖିବାକୁ ମିଳିଛି।

Comment